ଫ୍ରେଞ୍ଚ ଓପନ ବ୍ୟାଡ଼ମିଣ୍ଟନ ବିଦା ହେଲେ ଶ୍ରୀକାନ୍ତ ଓ କାଶ୍ୟପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପ୍ୟାରିସ

ଭାରତୀୟ ବ୍ୟାଡ଼ମିଣ୍ଟନର ଦୁଇ ପ୍ରମୁଖ ପୁରୁଷ ଖେଳାଳି କ୍ରୀଡାମ୍ବି ଶ୍ରୀକାନ୍ତ ଏବଂ ପାରୁପଲ୍ଲୀ କାଶ୍ୟପ ଉଭୟ ପ୍ରଥମ ରାଉନ୍ଦରୁ ବିଦା ହୋଇଯାଇଛନ୍ତି । ବୁଧବାର ଦିନ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁହେଁ ଖେଳିଥିଲେ ମଧ୍ୟ ଆଗକୁ ବଢିପାରିନାହାନ୍ତି । ଚାଇନିଜ୍‌ ତାଇପେର ଚୌ ତିଏନେଙ୍କ ପାଖରୁ ଶ୍ରୀକାନ୍ତ ୨୧-୧୫, ୭-୨୧ ଓ ୧୪-୨୧ରେ ହାରିଛନ୍ତି । ପ୍ରଥମ ଗେମ ଜିତିବା ପରେ ଆଉ ଗୋଟିଏ ଗେମ୍‌ ଜିତି ମ୍ୟାଚ ବିଜୟୀ ହେବାର ଭରପୁର ଚେଷ୍ଟା ଶ୍ରୀକାନ୍ତ କରିଥିଲେ ମଧ୍ୟ ତାହା କିନ୍ତୁ ସମ୍ଭବ ହେଲା ନାହିଁ । କାଶ୍ୟପ ମଧ୍ୟ ବଡ ଅପମାନଜନକ ଢଙ୍ଗରେ ହାରିଛନ୍ତି ନିଜ ମ୍ୟାଚ । ସେ ହଂକଂର ଖେଳାଳି ନାଗ୍‌ କା’ଙ୍କ ପାଖରୁ ୧୧-୨୧ ଓ ୯-୨୧ରେ ହାରିଛନ୍ତି । ସୌରଭ ବର୍ମା ମଧ୍ୟ ଅନ୍ୟ ଦୁଇଙ୍କ ଭଳି ପ୍ରଥମରୁ ଆଉଟ୍‌ ହୋଇଛନ୍ତି । ଜାପାନର କେନ୍ତୋ ନିଶିମୋତୋଙ୍କ ପାଖରୁ ସମୀର ୨୨-୨୦, ୧୮-୨୧ ଓ ୧୮-୨୧ରେ ହାରିଛନ୍ତି । ଏକମାତ୍ର ପୁରୁଷ ଭାରତୀୟ ଖେଳାଳି ଭାବରେ ଶୁଭଙ୍କର ଦେ ଦ୍ୱିତୀୟ ରାଉନ୍ଦରେ ପ୍ରବେଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*