ଫ୍ରାନ୍ସରେ ତରଳୁଥିବା ଗ୍ଳାସିୟର୍‌ରୁ ଠାବ ହେଲା ୧୯୬୬ର ଭାରତୀୟ ଖବରକାଗଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲନ୍ଦନ

ପଶ୍ଚିମ ୟୁରୋପର ମୋଣ୍ଟ ବ୍ଲାଙ୍କ୍‌ ପର୍ବତ ଶୃଙ୍ଖଳାରେ ଥିବା ଫ୍ରାନ୍ସିସି ବୋସନ୍ସ ଗ୍ଳାସିୟରରୁ ୧୯୬୬ ମସିହାର ଭାରତୀୟ ଖବରକାଗଜ ଠାବ କରାଯାଇଛି । ଏହି ଖବରକାଗଜରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ବିଜୟୀ ଶୀର୍ଷକ ରହିଛି । ରିପୋର୍ଟ ମୁତାବକ, ୟୁରୋପର ସର୍ବୋଚ୍ଚ ପର୍ବତ ଶୃଙ୍ଖଳା ଅର୍ଥାତ୍‌ ସନ୍ଧାନ କରାଯାଇଥିବା ସ୍ଥାନରେ ୧୯୬୬ ମସିହା ଜୁନ୍‌ ୨୪ ତାରିଖରେ ଏୟାର ଇନ୍ଦିଆର ବୋଇଂ ୭୦୭ ବିମାନଟି ନିୟନ୍ତ୍ରଣ ହରାଇ ପାହାଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ଚାଳକ ଦଳ ସମେତ ସମସ୍ତ ୧୭୭ଜଣ ଯାତ୍ରୀ ହରାଇଥିଲେ । ତେବେ ଏହାର ଧ୍ୱଂସାବଶେଷରୁ ‘ନ୍ୟାସ୍‌ନାଲ ହେରାଲ୍ଡ’ ଏବଂ ‘ଇକୋନୋମିକ୍‌ ଟାଇମ୍ସ’ ସମେତ ଭାରତୀୟ ଖବରକାଗଜ ମଧ୍ୟ ସାମିଲ ରହିଛି । ବୋସୋନ୍ସ ଗ୍ଳାସିୟର ନିକଟସ୍ଥ ଏକ କ୍ୟାଫେ-ରେଷ୍ଟୋରାଣ୍ଟର ମାଲିକ ୩୩ ବର୍ଷିୟ ଟିମୋଥୀ ମୋଟିନ୍‌ଙ୍କୁ ଏହି ଖବରକାଗଜ ମିଳିଛି । ତେବେ ମିଳିଥିବା ଖବରକାଗଜଗୁଡ଼ିକ ଭଲ ସ୍ଥିତିରେ ଥିବାବେଳେ ଏଗୁଡ଼ିକ ଓଦା ଥିବା ସେ କହିଛନ୍ତି । ମୋଟିନ୍‌ ଆହୁରି କହିଛନ୍ତି ଯେ, ତାଙ୍କ କ୍ୟାଫେଟି ବୋସନ୍‌ ଗ୍ଳାସିୟରଠାରୁ ପ୍ରାୟ ୪୫ ମିନିଟର ଦୂରତାରେ ଅବସ୍ଥିତ । ନିଜ ବନ୍ଧୁଙ୍କ ସହ ମୋଟିନ୍‌ ଏଠାକୁ ପ୍ରାୟ ସମୟ ବୁଲିବାକୁ ଆସିଥାନ୍ତି । ଏହି ସମୟରେ ସେ ବିମାନ ଦୁର୍ଘଟଣାରେ ମିଳୁଥିବା ଧ୍ୱଂସାବଶେଷଗୁଡ଼ିକୁ ନିଜ କ୍ୟାଫେକୁ ଯା’ଆସ କରୁଥିବା ଲୋକଙ୍କ ଉଦେ୍ଦଶ୍ୟରେ ସଂଗ୍ରହ କରି ରଖିଥାନ୍ତି । ତେବେ ଏହି ଖବରକାଗଜଗୁଡ଼ିକ ମଧ୍ୟ ତାଙ୍କର ଏହି ସଂଗ୍ରାହଳୟରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି । ୨୦୧୨ରୁ ଏୟାର ଇନ୍ଦିଆର ବିମାନର ଏହି ଦୁର୍ଘଟଣା ସମ୍ବନ୍ଧୀତ ଅନେକ ଜିନିଷ ତାଙ୍କୁ ମିଳିଆସୁଛି । ୨୦୧୨ରେ ତାଙ୍କୁ ଡିପ୍ଲୋମାଟିକ୍‌ ମେଲ୍‌ର ଏକ ବ୍ୟାଗ୍‌ ମିଳିଥିଲା, ଏଥିରେ ଭାରତ ସରକାରଙ୍କ ବେଦେଶିକ ମନ୍ତ୍ରଣାଳୟର ମୋହର ଲାଗିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*