ଫୋନି କ୍ଷତିଗ୍ରସ୍ତଙ୍କ ଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ନିମାପଡ଼ା

ଫୋନି ମହାବାତ୍ୟାରେ ନିମାପଡ଼ା ବ୍ଲକର ୩୨ଟି ଗ୍ରାମପଞ୍ଚାୟତ ଓ ଏନ୍ଏସିର ୧୧ଟି ୱାର୍ଡରେ ଭୀଷଣ କ୍ଷୟକ୍ଷତି ହୋଇଥିଲା । ତତ୍ପରେ ତହସିଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ବହୁ କ୍ଷତିଗ୍ରସ୍ତ ଏଥିରୁ ବଞ୍ଚôତ ହୋଇଥିବାରୁ ସାଧାରଣରେ ଅସନ୍ତୋଷ କୁହୁଳୁଥିବା ପରିଲକ୍ଷିତ ହୋଇଥିଲା । ଗତ ୨ମାସ ମଧ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତ ପକ୍ଷରୁ ତହସିଲ ସମ୍ମୁଖରେ ଗଣାଧାରଣା ଦେବା ସହିତ ଘେରାଉ କରାଯାଇଥିଲା । ନିମାପଡ଼ା ତହସିଲଦାରଙ୍କ ତାଲିବାନୀ ଶାସନରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପରିବାରକୁ ବାଦ୍ ଦିଆଯାଇ ପକ୍କାଘର ଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବାମନାଳ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଦୀପକ ଦାସଙ୍କ ନେତୃତ୍ୱରେ ଶତାଧିକ କ୍ଷତିଗ୍ରସ୍ତ ତହସିଲ ସମ୍ମୁଖରେ ଗଣାଧାରଣାରେ ବସି ରହିଥିଲେ । ଅପରାହ୍ନରେ ତହସିଲଦାର ଆସି ପ୍ରତିଶ୍ରୁତି ଦେବାରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*