‘ଫେବୃଆରୀ ସୁଦ୍ଧା ୪୦ ବେସିସ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିପାରେ ଆରବିଆଇ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ମୁଦ୍ରାସ୍ଫୀତି ହାର ଏବଂ ଅଭିବୃଦ୍ଧିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚାପରେ ରହିବା ସହ ଫେବୃଆରୀ ସୁଦ୍ଧା ରେପୋ ରେଟରେ ୪୦ବେସିସ୍‌ ପଏଣ୍ଟ ହ୍ରାସ କରିପାରେ ବୋଲି ଆକଳନ କରିଛି ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ । ରିପୋର୍ଟରେ କୁହାଯାଇଛି ଯେ, ଆରବିଆଇ ଡିସେମ୍ବରରେ ୦.୨୫ ପ୍ରତିଶତ ଏବଂ ଫେବୃଆରୀରେ ୦.୧୫ ପ୍ରତିଶତ ରେପୋ ରେଟ୍‌ ହ୍ରାସ କରିପାରେ ।
ଭାରତ ସମ୍ପର୍କରେ ମେରିଲ୍‌ ଲିଞ୍ଚ୍‌ ଉଲ୍ଲେଖ କରିଛି ଯେ, ଆରବିଆଇ ମୁଦ୍ରାସ୍ଫୀତି ହାରକୁ ୪ପ୍ରତିଶତ ମଧ୍ୟରେ ରଖିବାର ଲକ୍ଷ୍ୟ ରଖିଥିଲା ବେଳେ ବର୍ତ୍ତମାନ ଏଥିରେ ବୃଦ୍ଧି ଘଟିଛି । ନଭେମ୍ବର ବେଳକୁ ଏହା ୫ପ୍ରତିଶତ ଛୁଇଁପାରେ । ସେହିପରି ଅଭିବୃଦ୍ଧି ହାର ଜୁନ୍‌ ତ୍ରୟୋମାସରେ ୬ବର୍ଷରେ ସବୁଠୁ କମ୍‌ ୫ପ୍ରତିଶତ ରହିଥିଲାବେଳେ ସେପ୍ଟେମ୍ବର ତ୍ରୟୋମାସରେ ଏହା ଆହୁରି କମ୍‌ ରହିବାର ଆକଳନ କରାଯାଉଛି । ବିଶେଷଜ୍ଞ ମାନେ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୫ପ୍ରତିଶତ ତଳେ ରହିବ ବୋଲି ପୂର୍ବାନୁମାନ କରୁଛନ୍ତି । ତେଣୁ ଦେଶର ସ୍ଥିତିକୁ ମଜବୁତ ରଖିବା ସହ ବଜାରରେ ଚାହିଦା ବୃଦ୍ଧି ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆରବିଆଇ କ୍ରମାଗତ ଭାବେ ଡିସେମ୍ବର ଓ ଫେବୃଆରୀ ବୈଠକରେ ବଡ ଘୋଷଣା କରିପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*