ଫେଡ୍‌ କପ୍‌ : ଫ୍ରାନ୍ସ ଚମ୍ପିଆନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପର୍ଥ

ରବିବାର ଦିନ ବିଶ୍ୱ ଟେନିସ୍‌ ଦୁନିଆର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଫେଡ୍‌ କପ୍‌ରେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ଫ୍ରାନ୍ସ ଚମ୍ପିଆନ୍‌ ହୋଇଛି । ୨୦୦୩ ମସିହା ପରେ ଫ୍ରାନ୍ସର ଏହା ପ୍ରଥମ ଫେଡ୍‌ କପ୍‌ ବିଜୟ । ଅଷ୍ଟ୍ରେଲିଆକୁ ୩-୨ରେ ବଡ଼ ରୋମାଞ୍ଚକର ପରିବେଶ ଭିତରେ ହରାଇଥିଲା ଫ୍ରାନ୍ସ । ବର୍ତ୍ତମାନର ଫର୍ମାଟରେ ଏହା ଶେଷ ପ୍ରତିଯୋଗିତା ହୋଇଥିବାରୁ ଏଥିପ୍ରତି ସମସ୍ତଙ୍କର ବଡ଼ ନଜର ରହିଥିଲା । କ୍ରିଷ୍ଟିନା ଏବଂ କାରୋଲାଇନ୍‌ ଡବଲ୍ସ ଲଢେଇରେ ବିଜୟ ଲାଭ କରି ୩-୨ର ବଡ଼ ନାଟକୀୟ ବିଜୟ ଫ୍ରାନ୍ସକୁ ପ୍ରଦାନ କରିଥିଲେ । ପର୍ଥ ଏରିନାରେ ଖେଳାଯାଇଥିବା ଏହି ଫେଡକପ୍‌ ପ୍ରତିଯୋଗିତାର ଫାଇନାଲରେ ଟ୍ରଫି ନିର୍ଣ୍ଣୟ ଡବଲ୍ସ ମୁକାବିଲାକୁ ଚାଲିଆସିଥିଲା । କି୍ରଷ୍ଣିନା ଏବଂ କାରୋଲାଇନ୍‌ ଘରୋଇ ଯୋଡି ସାମାନ୍ଥା ଏବଂ ବାର୍ତ୍ତିଙ୍କୁ ୬-୪ ଓ ୬-୩ରେ ହରାଇ ଚମ୍ପିଆନ୍‌ ହୋଇଥିଲେ । ଦୀର୍ଘ ୪୫ ବର୍ଷଧରି ଫେଡ୍‌କପ୍‌ ଜିତିନଥିବା ଅଷ୍ଟ୍ରେଲିଆ ଏହି ଡବଲ୍ସ ମୁକାବିଲା ଆରମ୍ଭ ହେଲା ବେଳକୁ ବଡ଼ ଆଶାରେ ଥିଲା । ହେଲେ କି୍ରଷ୍ଣିନା ଏବଂ କାରୋଲାଇନ୍‌ ଘରୋଇ ଦର୍ଶକ ତଥା ଖେଳାଳିମାନଙ୍କ ଆଶା ଭାଙ୍ଗି ଦେଇଥିଲେ । ପ୍ରାୟ ୨୭ ହଜାରରୁ ବେଶି ଦର୍ଶକ ଅପେକ୍ଷା କରିଥିଲେ ଅଷ୍ଟ୍ରେଲିଆର ବିଜୟକୁ । ବର୍ତ୍ତମାନର ଫର୍ମାଟରେ ଏହା ଶେଷ ଫେଡ୍‌କପ୍‌ ଖେଳାଯାଇଛି । ଆସନ୍ତା ବର୍ଷରୁ ୧୨ଟି ଟପ୍‌ ଦଳ ଗୋଟିଏ ସ୍ଥାନରେ ୬ ଦିନର ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ । ଶେଷ ଦିନ ବରାବର ସ୍ଥିତି କରିବାକୁ ଅଷ୍ଟ୍ରେଲିଆ ବଡ଼ ସଂଘର୍ଷ କରିଥିଲା । ଫ୍ରାନ୍ସର ପାଓଲାଇନ୍‌କୁ ଘରୋଇ ତାରକା ଆଜଲା ୬-୪ ଓ ୭-୫ରେ ପରାଜିତ କରି ସ୍ଥିତି ବରାବର କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*