ଫେଞ୍ଚ ଓପନ ଆଶା ରାମକୁମାରଙ୍କ ଶେଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ପ୍ୟାରିସ

ଭାରତର ଟେନିସ ଷ୍ଟାର ରାମକୁମାର ରାମାନାଥନ୍‌ଙ୍କ ଫ୍ରେଞ୍ଚ ଓପନର ମୁଖ୍ୟ ପ୍ରତିଯୋଗିତାରେ ଖେଳିବାର ଆଶା ଶେଷ ହୋଇଯାଇଛି । କାରଣ ଯୋଗ୍ୟତା, ପର୍ଯ୍ୟାୟରେ ସେ ଫ୍ରାନ୍ସର ତି୍ରସତାନ୍‌ ଲାମାସିନ୍‌ଙ୍କ ପାଖରୁ ହାରିଯାଇଛନ୍ତି । ଭାରତୀୟ ଡେଭିସ କପ୍‌ ଖେଳାଳି ବିଶ୍ୱର ୧୯୮ ର୍ୟାଙ୍କରେ ଥିବା ରାମକୁମାର ତାଙ୍କ ଠାରୁ ର୍ୟାଙ୍କରେ ତଳେ ଥିବା ଲାମାସିନ୍‌ଙ୍କ ପାଖରୁ ୫-୭ ଓ ୨-୬ରେ ମ୍ୟାଚ ହାରିଯାଇଥିଲେ, ଫ୍ରାନ୍ସର ଖେଳାଳି ଅଛନ୍ତି ୨୬୮ ର୍ୟାଙ୍କରେ । ଏକାଧିକ ବ୍ରେକ୍‌ ପଏଣ୍ଟର ସ୍ଥିତିରେ ଥାଇ ବି ତାହାକୁ ବାହାର କରିନପାରିବା ରାମକୁମାରଙ୍କ ପାଇଁ କାଳ ହୋଇଥିଲା । ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି ସୁମିତ ନାଗଲ ପୂର୍ବରୁ ବିଦା ହୋଇ ରହିଥିଲାବେଳେ ଯୋଗ୍ୟତା ପର୍ଯ୍ୟାୟରେ ଏବେ କେବଳ ପ୍ରଞ୍ଜେସ ଗୁଣେଶ୍ୱେରନ୍‌ ହିଁ ରହିଛନ୍ତି । ୨୦୧୫ରୁ ଗ୍ରାନ୍ଦସ୍ଲାମର ମୁଖ୍ୟ ରାଉନ୍ଦରେ ପ୍ରବେଶ ପାଇଁ ରାମକୁମାର ଚେଷ୍ଟା କରୁଥିଲେ ମଧ୍ୟ ଏଯାଏଁ ତାହା ତାଙ୍କ ପାଇଁ ସମ୍ଭବ ହୋଇନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*