ଫୁଟବଲ ଟୁର୍ଣ୍ଣାମେଣ୍ଟ : ଝଙ୍କାର ଦଳ ଚାମ୍ପିଅନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଚିତ୍ରଡ଼ା

ମୋରଡା ବ୍ଲକ ସାନମୁଣ୍ଢାବଣି ପଞ୍ଚାୟତର ପରମାନନ୍ଦ ଗ୍ରାମରେ ଖେରୱାଳ ଗାଉଁତା ପୁନିଇ ପରିଷଦ ଆନୁକୂଲ୍ୟରେ ଶୁକ୍ରବାର ଓ ଶନିବାର ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ୧୬ଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ କାପେଇର ଝଙ୍କାର ଦଳ ଚାମ୍ପିଅନ ହୋଇ ୨୦ ହଜାର ଟଙ୍କା ଓ ରନର୍ସଅପ ନଳଗଜାର ବୀର୍ସାମୁନ୍ଦା ଦଳ ୧୫ ହଜାର ଟଙ୍କା ପୁରସ୍କାର ପାଇଛନ୍ତି । ସେହିପରି ବିଆରସି କ୍ଲବ ଦଳ ଓ ଏମାରଜେନ୍ସି ୧୦୮ ଦଳ ୩ହଜାର ଟଙ୍କା ଲେଖାଏଁ ପୁରସ୍କାର ପାଇଛନ୍ତି ।
ଶନିବାର ସନ୍ଧ୍ୟାରେ ସରପଞ୍ଚ ସୁନାରାମ ମାର୍ନ୍ଦିଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁ, ମୁଖ୍ୟବକ୍ତା ଭାବେ ଭାଜପା ଜିଲ୍ଲା ସଭାପତି ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଓ ପୂର୍ବତନ ବିଧାୟକ କାନ୍ଦ୍ରା ସରେନ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପରିଷଦ ସଭାପତି ନରେନ୍ଦ୍ର ମାର୍ନ୍ଦି, ସମ୍ପାଦକ ମଙ୍ଗଲ ମାର୍ନ୍ଦି, ମଦନ ମୋହନ ମୁର୍ମୁ, ରାମେଶ୍ୱର ମାର୍ନ୍ଦି, ପ୍ରଧାନ ମୁର୍ମୁ ପ୍ରମୁଖ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*