ଫି’ ବୃଦ୍ଧି ବିରୋଧରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ୬ ଘଣ୍ଟା ଫଶି ରହିଲେ ଏଚଆରଡି ମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସ୍ଥାନୀୟ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଫି’ ବୃଦ୍ଧି ଏବଂ ଲାଗୁ ଡ୍ରେସ୍‌ କୋଡକୁ ଗତ ୧୫ ଦିନ ଧରି ବିରୋଧ କରିଆସୁଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଏହି ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୋମବାର ସକାଳେ ଜେଏନୟୁ ପରିସରରେ ପୁଲିସ୍‌ ମୁତୟନ କରାଯାଇଥିଲା । ତଥାପି ଛାତ୍ରଛାତ୍ରୀ ପ୍ରଦର୍ଶନ ଜାରି ରଖିଥିଲେ । ଜେଏନୟୁରୁ ପାଖାପାଖି ୩ କିମି ଦୂର ଏଆଇସିଟିଇରେ ସୋମବାର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଉପସ୍ଥିତ ଥିଲେ । ହେଲେ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଉକ୍ତ କ୍ୟାମ୍ପସ୍‌ ପର୍ଯ୍ୟନ୍ତ ପହଞ୍ଚôଯାଇଥିଲା । ଏହି ପ୍ରଦର୍ଶନ କାରଣରୁ ମନ୍ତ୍ରୀ ପୋଖରିୟାଲ ଦୀର୍ଘ ୬ ଘଣ୍ଟା କାଳ ଫଶି ରହିଥିଲେ । ଏହି କାରଣରୁ ପୋଖରିୟାଲ ନିଜର ପୂର୍ବ ନିର୍ଦ୍ଧାରିତ ୨ଟି କାର୍ଯ୍ୟକ୍ରମରେ ପହଞ୍ଚô ପାରିନଥିଲେ । ଅପରାହ୍ନ ୪.୧୫ ସମୟରେ ମନ୍ତ୍ରୀ ରମେଶ ପୋଖରିୟାଲ କ୍ୟାମ୍ପସ୍‌ରୁ ବାହାରକୁ ବାହାରିଥିଲେ । ପରେ ଏଚଆରଡି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ମନ୍ତ୍ରୀ ପୋଖରିଆଲ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ସହ ସକରାତ୍ମକ ଆଲୋଚନା କରିଛନ୍ତି ଏବଂ ସେମାନଙ୍କ ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ ଥାଉ କି, ଜେଏନୟୁ ଛାତ୍ରଛାତ୍ରୀ ଫି’ ବୃଦ୍ଧିକୁ ନେଇ ପ୍ରଦର୍ଶନ କରୁଛନ୍ତି । ନୂତନ ନିୟମ ଆଧାରରେ ଛାତ୍ରାବାସର ସିଙ୍ଗଲ ରୁମର ଭଡା ୧୦ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଡବଲ୍‌ ରୁମ୍‌ର ଭଡା ୨୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଛାତ୍ରାବାସର ସିକୁ୍ୟରିଟୀ ମନି ଟଙ୍କା ୫,୫୦୦ ଟଙ୍କାରୁ ୧୨ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।
ଏଆଇସିଟିଇଠାରେ ଦୀକ୍ଷାନ୍ତ ସମାରୋହକୁ ଦୃଷ୍ଟିରେ ରଖି ଜେଏନୟୁ ପରିସରର ଉତ୍ତର ଏବଂ ପଶ୍ଚିମ ଦ୍ୱାର ନିକଟରେ ପୁଲିସ୍‌ ସୋମବାର ବାରିକେଡ୍‌ ଲଗାଇଥିଲା । ଏହାସହ ଏଆଇସିଟିଇ ସଭାଗୃହ ଏବଂ ଜେଏନୟୁ ମଧ୍ୟରେ ଥିବା ବାବା ବାଳକନାଥ ମାର୍ଗରେ, ଟ୍ରାଫିକ୍‌ ସିଗନାଲ ନିକଟରେ, ଫ୍ଲାଇଓଭର ତଳେ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ ବାରିକେଡିଂ କରାଯାଇଥିଲା । ହେଲେ ବିକ୍ଷୋଭରତ ଛାତ୍ରଛାତ୍ରୀ ବାରିକେଡ ଭାଙ୍ଗି ସକାଳ ୧୧.୩୦ ବେଳକୁ କାର୍ଯ୍ୟକ୍ରମ ସ୍ଥଳଆଡକୁ ବଢିବାକୁ ପ୍ରୟାସ କରିଥିଲେ । କିଛି ପ୍ରଦର୍ଶନକାରୀଙ୍କୁ ପୁଲିସ୍‌ ଗିରଫ କରିଥିଲା । ଏହାପରେ ଛାତ୍ରଛାତ୍ରୀ ଦିଲ୍ଲୀ ପୁଲିସ୍‌ ଗୋ ବ୍ୟାକ୍‌ର ନାରା ଲଗାଇଥିଲେ ଏବଂ କୂଳପତିଙ୍କୁ ଚୋର ବୋଲି ସମ୍ବୋଧିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*