“ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ସୁଶାନ୍ତଙ୍କ ଉଦାହରଣ ଦେଉଥିଲି”

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଇର୍‌ଫାନ ଖାନ୍‌ଙ୍କ ସହିତ ‘ଅଂଗ୍ରେଜୀ ମିଡ଼ିୟମ୍‌’ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ରାଧିକା ମଦାନ ନିଜର ଦମ୍‌ଦାର ଅଭିନୟ ଯୋଗୁ ଇନ୍ଦଷ୍ଟ୍ରି ଖୁବ୍‌ ନାଁ କରିପାରିଛନ୍ତି । ତେବେ ତାଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଖୁବ୍‌ କମାଲ ଦେଖାଇଥିବା ବେଳେ ବର୍ତ୍ତମାନ ରାଧିକା ଅନ୍ୟ ଏକ କାରଣ ଲାଗି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଫିଲ୍ମ ଲାଇନ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ରାଧିକା ଟେଲିଭିଜନ୍‌ ସୋ’ ‘ମେରି ଆଶିକି ତୁମ୍‌ ସେ ହି’ ସିରିୟଲରେ ଲିଡ୍‌ ରୋଲରେ ନଜର ଆସୁଥିଲେ । ଏଇ ନିକଟରେ ଏକ ମାଗାଜିନ୍‌କୁ ଦେଇଥିବା ଇଣ୍ଟରଭୁ୍ୟରେ ସେ ସୁଶାନ୍ତଙ୍କୁ ନେଇ ନିଜର ସ୍ମୃତି ବଖାଣିଛନ୍ତି । ରାଧିକା ଏହି ଇଣ୍ଟରଭୁ୍ୟରେ କହିଛନ୍ତି, “ଫିଲ୍ମ ଦୁନିଆଁରେ ପ୍ରବେଶ କରିବା ପୂର୍ବରୁ ମୁଁ ପ୍ରତ୍ୟେକଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ଉଦାହରଣ ଦେଉଥିଲି । ସୁଶାନ୍ତ ହିଁ ମୋ ପ୍ରେରଣାର ଉତ୍ସ ଅଟନ୍ତି । ମୁଁ ଛୋଟ ପରଦାରୁ ବଡ଼ ପରଦାକୁ ଆସିବାର ନିଷ୍ପତ୍ତି କେବଳ ସୁଶାନ୍ତଙ୍କ ସଫଳତାକୁ ଦେଖି ନେଇଥିଲି । ବଲିଉଡରେ ଟିଭି କଳାକାରଙ୍କୁ କେହି ପଚାରିନଥାନ୍ତି, ତେଣୁ ଛୋଟପରଦାରେ ରହି କାମ କରିବା ଲାଗି ଯେକେହି ପରାମର୍ଶ ଦେଇଥାନ୍ତି, ମୁଁ ତାଙ୍କୁ ସୁଶାନ୍ତଙ୍କ ଉଦାହରଣ ଦେଉଥିଲି । ମୁଁ ସୁଶାନ୍ତଙ୍କୁ ତାଙ୍କ କାମ ଲାଗି ସର୍ବଦା ମନେ ରଖିବି ।” ରାଧିକା ୨୦୧୪ରେ କଲର୍ସ ଚ୍ୟାନେଲର ସୋ’ ‘ମେରି ଆଶିକି ତୁମ୍‌ସେ ହି’ରୁ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାର ଚାରିବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ଫିଲ୍ମ ‘ପଟାଖା’ରୁ ବଲିଉଡରେ ଡେବୁ୍ୟ କରିଥିଲେ ରାଧିକା । ଏହା ପରେ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଏବଂ ‘ଅଂଗ୍ରେଜୀ ମିଡ଼ିୟମ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାଧିକାଙ୍କୁ ଖୁବ୍‌ଶୀଘ୍ର କୁନାଲ ଦେଶମୁଖଙ୍କ ନିଦେ୍ର୍ଦଶନାରେ ନିର୍ମିତ ଫିଲ୍ମ ‘ସିଦ୍ଧତ୍‌’ରେ ଦେଖିବାକୁ ମିଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*