ଫିଲ୍ମ ଦୁନିଆରେ ସଂଘର୍ଷ କେବେ ଶେଷ ହୁଏ ନାହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଇମ୍ରାନ ହାସମୀ ଏବେ ଅଭିତାଭ ବଚ୍ଚନଙ୍କ ସହିତ ‘ଚେହେରେ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂର ପ୍ରଥମ ଦିନରୁ ହିଁ ଏହି ଫିଲ୍ମ ଖୁବ୍ ଚର୍ଚ୍ଚାରେ ରହିଛି । ଗତ କିଛି ଦିନ ତଳେ ଫିଲ୍ମ ସହିତ ଜଡିତ ରଘୁବୀର ଯାଦବଙ୍କ ଜବରଦସ୍ତ ଲୁକ୍ ସାମନାକୁ ଆସିଛି । ବଲିଉଡ୍ରେ କମ ଫିଲ୍ମ କରିଥିବା ଇମ୍ରାନ ଏକ ସାକ୍ଷାତକାରରେ କହିଥିଲେ ଯେ, ଫିଲ୍ମ ଇନ୍ଦଷ୍ଟ୍ରିରେ ନିଜକୁ ସ୍ଥାୟୀଭାବେ ରଖିବା ବହୁତ କଷ୍ଟ । ସେଥିପାଇଁ ଯଦି କୌଣସି ଅଭିନେତା କହିଥାନ୍ତି କି ସେ ଅସୁରକ୍ଷିତ ବ୍ୟକ୍ତି ନୁହଁନ୍ତି, ତେବେ ସେ ମିଛ କହିଥାନ୍ତି ।
ଇମ୍ରାନ ହାସମୀ ହିନ୍ଦୀ ଫିଲ୍ମ ଇନ୍ଦଷ୍ଟ୍ରିରେ ପ୍ରାୟ ୨୦ ବର୍ଷର କ୍ୟାରିୟରରେ ଭିନ୍ନ ଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ମତରେ ଫିଲ୍ମ ଦୁନିଆରେ ହେଉଥିବା ସଂଘର୍ଷ କେବେ ଶେଷ ହୁଏ ନାହିଁ । ସେ କହିଛନ୍ତି କି, ଜଣେ ଅଭିନେତା ବୋଧହୁଏ ସବୁଠାରୁ ଅଧିକ ଅସୁରକ୍ଷିତ ବ୍ୟକ୍ତି ହୋଇଥାଏ । ଯଦି ଆପଣଙ୍କୁ କେହି କହିଥାଏ ସେ ଅସୁରକ୍ଷିତ ନୁହେଁ ତେବେ ସେ ମିଛ କହୁଛି । ସବୁବେଳେ ପ୍ରତିଯୋଗିତାରେ ରହିବା ସାଧାରଣ କଥା ନୁହେଁ । ସମସ୍ତେ ଏଠାରେ ସଂଘର୍ଷ କରିଥାନ୍ତି । ଏହା ଏହି ଇନ୍ଦଷ୍ଟ୍ରିର ପ୍ରକୃତି ଅଟେ । ମୋ ପାଖରେ କୌଣସି ଯୋଜନା ନାହଁ । ମୁଁ କେବଳ ସୁଯୋଗ ଖୋଜେ ଓ ଆଗକୁ ବଢେ । ଅପଣ ବି ସୁଯୋଗ ଖୋଜନ୍ତୁ ଆଗକୁ ବଢନ୍ତୁ ।
ଇମ୍ରାନ କହିଛନ୍ତି କି, ସେ କ୍ୟାରିୟରର ଏପରି ସ୍ଥାନରେ ଅଛନ୍ତି ଯେଉଁଠି ତାଙ୍କୁ ଭଲ ଭଲ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳୁଛି । ଏଥିମଧ୍ୟରେ ନେଟାଫ୍ଲେକ୍ସ ଇନ୍ଦିଆ ଅରଜିନାଲର ‘ବାର୍ଡ ଅଫ ଦ ବ୍ଲଡ’ ରହିଛି । ଏଥିରେ ଇମ୍ରାନ ଜଣେ ଭାରତୀୟ ଗୁପ୍ତଚର କବୀର ଆନନ୍ଦଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଏହା ମୋ ପାଇଁ ସବୁଠାରୁ ଭଲ ସମୟ ଅଟେ । ଅତୀତରେ ନିଜ ଘର ଚଳାଇବା ପାଇଁ ମୁଁ କିଛି ଫିଲ୍ମ ଇଚ୍ଛା ବିରୁଦ୍ଧରେ ସାଇନ କରିଥିଲି । ସେହି ଫିଲ୍ମ ଗୁଡିକ ମୋ ଚିନ୍ତାଧାରା ମୁତାବିକ୍ ନଥିଲା । କିନ୍ତୁ ଏବେ ଭଲ ସମୟ ଚାଲିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*