ଫାରୁକ ଓ ଓମାରଙ୍କୁ ଭେଟିପାରିବେ ତାଙ୍କ ଦଳୀୟ କର୍ମୀ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର
ବର୍ତ୍ତମାନ ଏଠାରେ ଗୃହବନ୍ଦୀ ଭାବେ ଥିବା ନ୍ୟାସନାଲ କନ୍‌ଫରେନ୍ସ ଦଳର ସଭାପତି ଫାରୁକ୍‌ ଅବଦୁଲ୍ଲା ଓ ଉପସଭାପତି ତଥା ତାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କୁ ଭେଟିବା ପାଇଁ ତାଙ୍କ ଦଳୀୟ ପ୍ରତିନିଧି ମନ୍ଦଳୀଙ୍କୁ ଅନୁମତି ଦିଆଯାଇଛି । ରବିବାର ଦିନ ସେମାନେ ଏଠାରେ ଦୁଇ ନେତାଙ୍କୁ ଭେଟିବେ । ନ୍ୟାସନାଲ କନ୍‌ଫରେନ୍ସର ଜମ୍ମୁ ଶାଖାର କିଛି କର୍ମୀ ଓ ନେତା ଅବଦୁଲ୍ଲା ପିତା ମାତାଙ୍କୁ ଭେଟିବେ । ଦେବେନ୍ଦର ସିଂ ରାଣାଙ୍କ ନେତୃତ୍ୱରେ କିଛି କର୍ମୀ ଓ ନେତା ରବିବାର ସକାଳେ ଜମ୍ମୁରୁ ବିମାନ ଯୋଗେ ଏଠାକୁ ଆସିବା ପରେ ନିଜ ଦୁଇ ପ୍ରମୁଖ ନେତାଙ୍କୁ ଭେଟିବାକୁ ଯିବେ । ଜମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏ ବାବଦରେ ପ୍ରଦାନ କରିଛନ୍ତି ଅନୁମତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*