ଫାଇଭ୍‌-ଟି ଓ ମୋ ସରକାର: ମିଲନ ସହ କାର୍‌ରେ ଥିବା ଦୁଇ ଯୁବକ କିଏ ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବରିଷ୍ଠ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟୁଇଟର୍‌ରେ ଲେଖିଛନ୍ତି ଯେ, ଜଣେ ବହିସ୍କୃତ ପୁଲିସ କର୍ମଚାରୀଙ୍କ କାନ୍ଦ ଲାଗି ପୁଲିସ ବାହିନୀକୁ ବଦନାମ କରା ନଯାଉ । ପୁଲିସ ରାତି-ଦିନ ଏକ କରି ଅନ୍ୟମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି ।
ବୋଥ୍ରାଙ୍କ ମତ ଅନେକ ଦୃଷ୍ଟିରୁ ଗ୍ରହଣୀୟ । ପୁରୀ ମାମଲାରେ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କ ଦୁରାଚାର ଲାଗି ପୁଲିସ ବାହିନୀକୁ ଦୁରାଚାରୀ ବୋଲି କୁହାଯାଇ ପାରିବ ନାହିଁ । କିନ୍ତୁ ପୁଲିସ ଯେଉଁମାନଙ୍କୁ ସୁରକ୍ଷା ଦେବା କଥା, ସେମାନଙ୍କ ବଦଳରେ ଯଦି ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦିଏ, ତେବେ ସେକ୍ଷେତ୍ରରେ ପୁଲିସ ବାହିନୀକୁ କାହିଁକି ଦୋଷ ଦିଆ ନଯିବ?
ଝାରପୋଖରିଆ ଅଧ୍ୟାପିକା ରକ୍ମିଣୀ ମନ୍ଦଳ ଏତଲା ଦେଇ ମାସେ କାଳ ଅପେକ୍ଷା କରି ଶେଷରେ ଆତ୍ମହତ୍ୟା କଲେ । ନାଉଗାଁର ଦଳିତ ନାବାଳିକା ଅଭିଯୁକ୍ତ ବଳାକ୍ରାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନର ଅବହେଳା ପାଇଁ କରିଥିଲେ ଆତ୍ମହତ୍ୟା । ଏଥିପାଇଁ କ’ଣ କେବଳ ଦୁଇ/ଚାରି ଜଣ ପୁଲିସ କର୍ମଚାରୀ ଏବଂ ତଳୁଆ ଅଫିସର ଦାୟୀ?
ଏତେ ଦୂରକୁ ଯିବାକୁ ପଡ଼ିବ ନାହିଁ । ରାଜଧାନୀରେ ପୁଲିସର ତଦନ୍ତ ପ୍ରକି୍ରୟାକୁ ନେଇ ଏତେ ଅସୁଖୀ ଦୁଇଜଣ ବାପା-ମାଆ, ସେମାନଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀଙ୍କ ବହୁ ଚର୍ଚ୍ଚିତ ସ୍ଲୋଗାନ ଆପଣମାନେ ଖୁସି ତ? କେତେ ସତ, ଜଣାପଡ଼ିଯିବ । ଡିଜିିପି କହିଛନ୍ତି, ଥାନାକୁ ଆସୁଥିବା ୯୦ ଭାଗ ଅଭିଯୋଗକାରୀ ପୁଲିସର କାର୍ଯ୍ୟକୁ ନେଇ ଖୁସି । ଲୋକେ ଖୁସି କି ନୁହଁନ୍ତି, ଜାଣିବା ପାଇଁ ମିଲନ ଜେନାଙ୍କ ବାପା-ମାଆଙ୍କୁ ପଚାରିବାକୁ ପଡ଼ିବ । ମିଲନ ଆଉ ନାହାଁନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତୁ୍ୟ ଘଟିଛି ନଭେମ୍ବର ୧୦ ତାରିଖରେ । ଘଟଣା ଘଟିଥିଲା ଚନ୍ଦ୍ରଶେଖରପୁର ଥାନାର ପ୍ରାୟ ମିଟର ଦୂରରେ । ମିଲନଙ୍କ ଘର ଭଦ୍ରକ ନୂଆବଜାର ।
ମିଲନ ପଢ଼ୁଥିଲେ ମଦର୍ସ ପବ୍ଲିକ୍‌ ସ୍କୁଲରେ । ସେ ଥିଲେ ପ୍ରଥମ ବର୍ଷ ଯୁକ୍ତ୨ ବାଣିଜ୍ୟ ଛାତ୍ର । ରହୁଥିଲେ ଖାରବେଳନଗର ଶାନ୍ତି ହଷ୍ଟେଲ୍‌ରେ । ଘଟଣା ଦିନ କିଛି ଯୁବକ ଏକ କାର୍‌ରେ ଯାଉଥିବା ସମୟରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳେ ମିଲନଙ୍କ ଛଡ଼ା ଆଉ ଦୁଇଜଣ ଯୁବକ କାର୍‌ରେ ଥିଲେ । ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା କାର୍‌ର । କିନ୍ତୁ ଅନ୍ୟ ଦୁଇଜଣ ଏବଂ ଟ୍ରକ୍‌ ଡ୍ରାଇଭର ଚମ୍ପଟ ମାରିଥିଲେ ଘଟଣା ସ୍ଥଳରୁ । ପୁଲିସ ବିଳମ୍ବରେ ପହଞ୍ଚô ଥିଲା । ମିଲନଙ୍କୁ ଗୁରୁତର ଅବସ୍ଥାରେ ସନ୍‌ସାଇନ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହା ଥିଲା ଘଟଣା ।
ବାପା-ମାଆ ପୁଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶ୍ନ ହେଉଛି, ପୁଲିସର ତଦନ୍ତ ଧାରାକୁ ନେଇ । ପ୍ରଥମଟି ହେଲା, ମିଲନଙ୍କ ସହ ଅନ୍ୟ ଯେଉଁ ଦୁଇଜଣ କାର୍‌ରେ ଥିଲେ, ସେମାନଙ୍କର ପରିଚୟ କ’ଣ? କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସେମାନଙ୍କର ସମ୍ପର୍କ? କାର୍‌ଟି ରେଣ୍ଟ-ଏ କାର୍‌ ସୂତ୍ରରୁ ଅଣାଯାଇଥିଲା । ତେବେ କାର୍‌ କାହା ନାମରେ ଭଡ଼ା ଦେଇଥିଲେ ସେହି ସଂସ୍ଥା? ହଷ୍ଟେଲ୍‌ରୁ ମିଲନ୍‌ଙ୍କୁ କାହିଁକି ସ୍କୁଲ୍‌ ନଥିବା ସମୟରେ ଛଡ଼ା ଯାଇଥିଲା? ହଷ୍ଟେଲ୍‌ରେ ସିସି ଟିଭି ଯାଞ୍ଚ କରିଥିଲା କି ପୁଲିସ?
ମିଲନଙ୍କ ମୃତୁ୍ୟ ଘଟିସାରିଛି । ସେ ଆଉ ଫେରିବାର ନାହିଁ । କିନ୍ତୁ ବାପା ବୁବୁଦ୍ଧ ଏବଂ ମାଆ ମଧୁସ୍ମିତା ବାରମ୍ବାର ଜାଣିବାକୁ ଚାହୁଁଛନ୍ତି ଯେ, ସେମାନଙ୍କ ପୁଅ ସହ ଦୁର୍ଘଟଣା ଦିନ କାର୍‌ରେ ଥିବା ଯୁବକମାନେ କିଏ? କାହିଁକି ଏପର୍ଯ୍ୟନ୍ତ ପୁଲିସ କରୁନାହିଁ ସେମାନଙ୍କୁ ଚିହ୍ନଟ? ଯଦି ସେହି ଦୁଇଜଣ ଯୁବକଙ୍କ ପରିଚୟ ମିଳନ୍ତା, ତେବେ ମିଲନଙ୍କ ମୃତୁ୍ୟ ରହସ୍ୟ ଖୋଲିଯାଆନ୍ତା । କିନ୍ତୁ ପୁଲିସ ଚିହ୍ନଟ କରୁନାହିଁ କାହିଁକି? ଏପର୍ଯ୍ୟନ୍ତ ସେତିକି ବୁଝିପାରୁ ନାହାନ୍ତି ପୁଅ ହରାଇଥିବା ଜେନା ଦମ୍ପତି ।
ଆଉ କିଛିଦିନ ପରେ ମିଲନଙ୍କ ମୃତୁ୍ୟକୁ ମାସେ ପୂରିବ । ସବୁ ଥାନାକୁ (ପୁଲିସ ବିଭାଗ) ମୋ ସରକାର ଅଧୀନକୁ ଆଣିଛନ୍ତି ନବୀନ ସରକାର । ଥାନାଗୁଡ଼ିକରେ ଫାଇଭ୍‌-ଟି କୁଆଡ଼େ ଲାଗୁ ହୋଇଯାଇଛି । ବିଭାଗୀୟ ମନ୍ତ୍ରୀ ଭାବେ ନବୀନ ପଟନାୟକ ଥାନା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଖୁସି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଖୁସି ଅର୍ଥାତ୍‌ ସାରା ରାଜ୍ୟ ଖୁସି । କେବଳ ବାକି ଏହି ହାତଗଣତି କେତେଜଣ ।
ଚନ୍ଦ୍ରଶେଖରପୁର ଥାନା ନିକଟରେ ଇନ୍ଦିଆନ୍‌ ଅଏଲ୍‌ ଅଫିସ ଆଗରେ ଘଟିଥିଲା ଦୁର୍ଘଟଣା । ଗାଡ଼ି କିଏ ଚଳାଉଥିଲେ? କାର୍‌ଟି କାହାର? କାର୍‌ କୁଆଡ଼କୁ ଯାଉଥିଲା? ମିଲନଙ୍କୁ ଅପହରଣ କରାଯାଇଥିଲା କି ନାହିଁ? ଏସବୁ ପ୍ରଶ୍ନର ଉତ୍ତର ଆଉ କାହାଠାରୁ ଖୋଜିବେ ମିଲନଙ୍କ ବାପା-ମାଆ? ଚନ୍ଦ୍ରଶେଖରପୁର ଥାନା କେବଳ ଏତିକି କହୁଛି ଯେ, ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ଏହା ହେଉଛି ଓଡ଼ିଶା ପୁଲିସର ତଦନ୍ତ ଧାରା ।
ଏବେ ସନେ୍ଦହ ବଢ଼ୁଛି କାର୍‌ରେ ଥିବା ଦୁଇ ଯୁବକଙ୍କୁ ନେଇ । ସେମାନେ ଶାସକ ଦଳ ସହ ସମ୍ପୃକ୍ତ ନୁହଁନ୍ତି ତ? କାରଣ ଯେଉଁଠି ଶାସକ ଦଳର ସମ୍ପୃକ୍ତି, ସେଇଠି ଫାଇଭ୍‌-ଟି ଓ ପୁଲିସ ତଦନ୍ତ ଫେଲ୍‌ ମାରେ, ଏହା ଏକାଧିକ ବାର ପ୍ରମାଣିତ ହୋଇଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*