ପ୍ୟାରିସ ଅଲିମ୍ପିକ୍‌ରେ ସାମିଲ ହେଲା ବ୍ରେକଡ୍ୟାନ୍ସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଅନେକକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ବ୍ରେକଡ୍ୟାନ୍ସକୁ ଏକ ଖେଳ ଭାବରେ ମାନ୍ୟତା ଦିଆଯାଇ ସିଧାସଳଖ ଅଲିମ୍ପିକ୍‌ରେ ପ୍ରଦାନ କରାଯାଇଛି ସ୍ଥାନ । ୨୦୨୪ରେ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ରେ ବ୍ରେକଡ୍ୟାନ୍ସ ଏକ ଖେଳ ଭାବରେ ସାମିଲ ହୋଇଥିବା ବିଷୟ ଗୁରୁବାର ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଟୋକିଓ ଅଲିମ୍ପିକ୍‌ ପାଇଁ ସାମିଲ ହୋଇଥିବା ନୂଆ ଖେଳ ସର୍ଫିଂ, ସ୍ପୋର୍ଟସ କ୍ଳାଇମିଂ ଏବଂ ସ୍କେଟ୍‌ ବୋର୍ଡ଼ିଂକୁ ମଧ୍ୟ ୨୦୨୪ ଅଲିମ୍ପିକ୍‌ରେ ରଖାଯାଇଛି । ପ୍ୟାରିସ ଅଲିମ୍ପିକ୍‌କୁ ନିଆରା କରିବା ପାଇଁ ତଥା ଯୁବକମାନଙ୍କୁ ଆକୃଷ୍ଟ କରିବା ସକାଶେ ଆମେ କିଛି ନୂଆ ଖେଳକୁ ଭର୍ତ୍ତି କରିବା ପାଇଁ ଚାହୁଁଥିଲୁ । ଯାହା ବ୍ରେକଡ୍ୟାନ୍ସକୁ ସାମିଲ କରି ପୂର୍ଣ୍ଣ ହୋଇଥିବା ବିଷୟ ଆୟୋଜନ କମିଟି ପକ୍ଷରୁ କୁହାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ୨୦୧୮ ଯୁବା ଅଲିମ୍ପିକ୍‌ରେ ବ୍ରେକଡ୍ୟାନ୍ସିଂକୁ ସାମିଲ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*