ପ୍ଳାଷ୍ଟିକ୍‌ ବାବା:ଇଞ୍ଜିନିୟରିଂ ଛାଡି ପ୍ଳାଷ୍ଟିକ୍‌ ବିରୋଧରେ ଆରମ୍ଭ କରିଛନ୍ତି ଅଭିଯାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଆଲ୍ଲାହାବାଦ
ଇଞ୍ଜିନିୟରିଂ ପାଠ ପରେ ଚାହିଁଥିଲେ ଭଲ ଚାକିରି ଟିଏ କରିପାରିଥାନ୍ତେ । ହେଲେ ରୋହିତାନ୍ସ ଶର୍ମାଙ୍କ ଲକ୍ଷ୍ୟ ଥିଲା ଭିନ୍ନ । କିଛି ଭଲ କାମ ପାଇଁ ସେ ସବୁବେଳେ ଯୋଜନାରେ ଥିଲେ । ଆଉ ଶେଷରେ ପ୍ଳାଷ୍ଟିକ୍‌ ବିରୋଧରେ ସତ୍ୟାଗ୍ରହ କରିବା ପାଇଁ ଯୋଜନା ବନାଇଲେ ଆଉ ଏହି ଯୋଜନାକୁ ସଫଳ କରିବା ପାଇଁ ବଡ଼ ସୁଯୋଗ ଆଣିଦେଇଥିଲା କୁମ୍ଭମେଳା । ରୋହିତାନ୍ସଙ୍କୁ ଲୋକେ ଏବେ ପ୍ଳାଷ୍ଟିକ୍‌ ବାବା ଭାବେ ଡାକୁଛନ୍ତି ।
ରୋହିତାନ୍ସ ଏବଂ ତାଙ୍କ ୭ଜଣ ସାଥି ମିଶି କୁମ୍ଭମେଳା ପରିସରରେ ପ୍ଳାଷ୍ଟିକ୍‌ ପ୍ରଦୁଷଣ ବିରୋଧରେ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । କୁମ୍ଭମେଳାର ଆଖପାଖ ଅଞ୍ଚଳ ଏବଂ ଗଙ୍ଗାନଦୀ କୂଳରୁ ୨୫୦ କିଲୋରୁ ଅଧିକ ପ୍ଳାଷ୍ଟିକ୍‌ ସଂଗ୍ରହ କରି ତାକୁ କିପରି ରିସାଇକଲ୍‌ କରିହେବ ତାହାରି ଯୋଜନାରେ ଅଛନ୍ତି । ରୋହିତାନ୍ସ କହିଛନ୍ତି ଯେ, କୁମ୍ଭମେଳାକୁ ଯିବା ପାଇଁ ଆମେ ମାସେ ତଳୁ ନିଷ୍ପତ୍ତି ନେଇଥିଲୁ । ପିଲାବେଳୁ ସମାଜସେବା ପ୍ରତି ମୁଁ ଆକର୍ଷିତ ହୋଇଥିଲି । ପ୍ଳାଷ୍ଟିକ୍‌ କିପରି ଜନଜୀବନ ଏବଂ ମଣିଷର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ତାହା ଉପରେ ଅଧିକ ଗବେଷଣା ପରେ ଆମେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ଳାଷ୍ଟିକ୍‌ ବିରୋଧରେ ସଚେତନତା ପାଇଁ ଅଭିଯାନ ଆରମ୍ଭ କରିଛୁ । ଆମ ଗ୍ରୁପ୍‌ରେ ୭ଜଣ ସଦସ୍ୟ ଅଛନ୍ତି, ଲକ୍ଷ୍ୟ ହେଉଛି ପରିବେଶକୁ ସୁରକ୍ଷା ଦେବା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*