ପ୍ଳାଷ୍ଟିକ୍‌ ବର୍ଜ୍ୟରେ ତିଆରି ବିଶ୍ୱର ସବୁଠୁ ବଡ଼ ଚରଖା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୋଏଡା

ନୋଏଡା ପ୍ରାଧିକରଣ ପକ୍ଷରୁ ସେକ୍ଟର ୯୪ରେ ପ୍ଳାଷ୍ଟିକ୍‌ ବର୍ଜ୍ୟବସ୍ତୁରେ ଏକ ଚରଖା ତିଆରି ହୋଇଛି । ସୋମବାର ଏହାକୁ ରାଜ୍ୟର ଔଦ୍ୟୋଗୀକ ବିକାଶମନ୍ତ୍ରୀ ସତିଶ ମହାନା ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହାକୁ ବାତିଲ କରାଯାଇଛି, ମଙ୍ଗଳବାର ସାଂସଦ ଡ. ମହେଶ ଶର୍ମା ଏବଂ ବିଧାୟକ ପଙ୍କଜ ସିଂ ଏହାର ଉଦଘାଟନ କରିବେ ।
ଅକ୍ଟୋବର ୨ ତାରିଖରୁ ସହରକୁ ପ୍ଳାଷ୍ଟିକ୍‌ ମୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ନୋଏଡା ପ୍ରାଧିକରଣ ପକ୍ଷରୁ ୧୨୫୦କିଲୋର ପ୍ଳାଷ୍ଟିକ୍‌ ବର୍ଜ୍ୟବସ୍ତୁକୁ ତରଳାଇ ଚରଖା ତିଆରି ହୋଇଛି । ଏହି ଚରଖାର ଓଜନ ୧୬୫୦ କିଲୋ । କୁହାଯାଉଛି ଯେ, ଏହା ବର୍ତ୍ତମାନର ସବୁଠାରୁ ବୃହତ୍ତ ପ୍ଳାଷ୍ଟିକ୍‌ ବର୍ଜ୍ୟରେ ତିଆରି ଚରଖା । ଗିନିଜବୁକ୍‌ରେ ଏହାର ନାମ ଦାୟର ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*