ପ୍ଳାଟଫର୍ମ ଟିକେଟ୍‌ ବିକି୍ରରୁ ୧୩୯କୋଟି ଆୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ପ୍ଳାଟଫର୍ମ ଟିକେଟ ବିକି୍ରରୁ ଭାରତୀୟ ରେଳକୁ ୨୦୧୮-୧୯ରେ ୧୩୯.୨୦କୋଟି ଟଙ୍କା ଆୟ ହୋଇଥିବା କହିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏହି ସୂଚନା ଦେବା ସହ କହିଛନ୍ତିଯେ, ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପ୍ଳାଟଫର୍ମ ଟିକେଟରୁ ୭୮.୫୦କୋଟି ଟଙ୍କା ଆୟ ହୋଇଛି ।
ଗୋଏଲ କହିଛନ୍ତି ଯେ, ୨୦୧୮-୧୯ରେ ଷ୍ଟେସନରେ ବିଜ୍ଞାପନ ଏବଂ ଦୋକାନରୁ ୨୩୦.୪୭କୋଟି ଟଙ୍କା ରାଜସ୍ୱ ଆୟ ହୋଇଛି । ଏହା ପୂର୍ବରୁ ଭାରତୀୟ ରେଳବାଇ ସ୍କ୍ରାପ୍‌ ବିକି ନିଜ ରାଜକୋଷରେ ଏକ ବଡ ପରିମାଣର ଯୋଗଦାନ ଦେଇଥିଲା । ଏକ ଆରଟିଆଇର ଜବାବ ଅନୁସାରେ ରେଳ ବିଭାଗ ଗତ ୧୦ବର୍ଷରେ ସ୍କ୍ରାପ୍‌ ବିକି ୩୫,୦୭୩କୋଟି ଟଙ୍କା ଆୟ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*