ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭନ୍ଦାରିପୋଖରୀ
ଭନ୍ଦାରିପୋଖରୀ ବ୍ଲକର ବାରିକପୁରବଜାରରେ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି ଅନୁଷ୍ଠିତ ହୋଇ ପ୍ଲାଷ୍ଟିକ ବ୍ୟବହାରର ଅପକାରିତା ଓ ଏହାର ପ୍ରତିବଦଳ ବ୍ୟବହାର ଯୋଗ୍ୟ ସାମଗ୍ରୀ ସମ୍ପର୍କରେ ସ୍ଥାନୀୟ ବ୍ୟବସାୟୀ ଓ ବଜାର ବାସିନ୍ଦାମାନଙ୍କୁ ସଚେତନ କରାଯାଇଛି ।
ପ୍ରାଣକୃଷ୍ଣ ଧଳ ପାଠାଗାର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ର୍ୟାଲିରେ ସ୍ୱେଚ୍ଛାସେବୀ ନାରାୟଣ ଚନ୍ଦ୍ର ପୋଥାଳ ଓ ପାଠାଗର ସମ୍ପାଦକ ହିମାଂଶୁ ରାଉତ ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ପୁରୁଷୋତ୍ତମ ଧଳ, ଅନାଦି ଚରଣ ସ୍ୱାଇଁ, ଶିକ୍ଷାବିତ ଭାସ୍କର ଚନ୍ଦ୍ର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*