ପ୍ଲାଷ୍ଟିକ ଚାଉଳ ଗୋଦାମକୁ ସିଲ କରାଗଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବିଷାକ୍ତ ପ୍ଲାଷ୍ଟିକ ଚାଉଳ ମିଳିବା ଅଭିଯୋଗ ଘଟଣାକୁ ନେଇ ଶନିବାର କ୍ଷେତରାଜପୁର ସ୍ଥିତ ତିୱାରୀ ଗଳିରେ ଥିବା ସନ୍ତୋଷ ଟ୍ରେଡ଼ର୍ସର ଗୋଦାମ ସିଲ ହୋଇଛି। ଜିଲ୍ଲା ପ୍ରଶାସନ ଠାରୁ ଆଦେଶ ମିଳିବା ପରେ ଏସ୍ ପି ସଞ୍ଜୀବ ଆରୋରାଙ୍କ ନିର୍ଦ୍ଦେଶରେ କ୍ଷେତରାଜପୁର ଥାନା ପୋଲିସ ଯୋଗେଶ ପଣ୍ଡାଙ୍କ ନେତୃତ୍ୱରେ ସମ୍ବଲପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଯୋଗାଣ ବିଭାଗର ଅଧିକାରୀମାନେ ପହଞ୍ଚି ଗୋଦାମକୁ ସିଲ କରିଛନ୍ତି। ଆଜି ସକାଳେ ଅଭିଯୋଗକାରୀ ପିଣ୍ଟୁ ମାହାତୋ, ବିଜେପି ଯୁବ ନେତା ଅଶ୍ୱିନୀ ମାଝୀ, କାହ୍ନୁ ରାମ ଆଦି ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ ପି ସଞ୍ଜୀବ ଆରୋରାଙ୍କୁ ଭେଟି ଗୋଦାମ ସିଲ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଗୋଦାମ ସିଲ କରିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାଞ୍ଚ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଗୋଦାମ ସିଲ ରହିବ ବୋଲି ଜଣାପଡ଼ିଛି।

ସୂୁଚନାଯୋଗ୍ୟ ଯେ, ଗୁରୁବାର ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ହେବାରୁ ଜଣକୁ ହସପିଟାଲରେ ଭର୍ତ୍ତି କରାଯିବା ପରେ ଶୁକ୍ରବାର ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର କମଲ କର୍ମକାରଙ୍କ ମା’ ଅସୁସ୍ଥ ହୋଇ ହସ୍ ପିଟଳରେ ଭର୍ତ୍ତି ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। କମଲ କର୍ମକାର ଗତ ଅକ୍ଟୋବର ୪ ତାରିଖରେ କ୍ଷେତରାଜପୁର ସ୍ଥିତ ଏକ ଗୋଦାମରୁ ‘ବଂଶୀବାଲା ବ୍ରାଣ୍ଡ’ର ଏକ ବସ୍ତା ଚାଉଳ କିଣି ଆଣିଥିଲେ। ଗୋଦାମରୁ ଅଣାଯାଇଥିବା ଚାଉଳରୁ ସେଦିନ ଭାତ ରୋଷେଇ କରାଯାଇଥିଲା। ପରିବାରର ସମସ୍ତ ସଦସ୍ୟ ରାତ୍ରି ଭୋଜପନ ପରେ ଶୋଇ ଯାଇଥିଲେ। କିନ୍ତୁ ରାତିରେ କିଛି ସଦସ୍ୟଙ୍କର ପେଟ କାଟିଥିଲା। ପ୍ରଥମ ଦିନ ସେମାନେ ପ୍ଲାଷ୍ଟିକ ଚାଉଳ ସମ୍ପର୍କରେ ଅବଗତ ହୋଇ ପାରିନଥିଲେ। ଗୋଦାମରୁ ଅଣାଯାଇଥିବା ଚାଉଳରୁ ଗୁରୁବାର ପୁଣି ଥରେ ରୋଷେଇ ହୋଇଥିଲା। ଏଥର କମଲର ମା’ ହିଁ ଶିକାର ହୋଇଥିଲେ। ତାଙ୍କୁ ସ୍ଥାନୀୟ ହସପିଟଲରେ ଭର୍ତ୍ତି କରାଯାଇଛି। ରୋଷେଇ ଖାଦ୍ୟ ଖାଇ ଗତ ଦୁଇଦିନ ଧରି ପରିବାର ଲୋକେ ଭାରି ହଟହଟା ହେଉଥିବା ବେଳେ ସେମାନେ ଚାଉଳ ଉପରେ ସନ୍ଦେହ କରିଥିଲେ। ଚାଉଳ ପ୍ୟାକେଟ୍ କୁ ଠିକ୍ ଭାବେ ଦେଖିବାରୁ ମନରେ ସନ୍ଦେହ ଜାତ ହୋଇଥିଲା। ପରେ କ୍ଷେତରାଜପୁର ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଛି।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*