ପ୍ରୟାସ ପରିବାର ପକ୍ଷରୁ ଟ୍ରାଫିକ୍ ସଚେତନତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଓଡ଼ିଶାରେ ୩ ମାସ ପାଇଁ ବନ୍ଦ ରହିଥିବା କେନ୍ଦ୍ର ସରକାରଙ୍କ ସଂଶୋଧିତ ପରିବହନ ଆଇନ୍ ଆସନ୍ତା ଡିସେମ୍ବର ୧ ତାରିଖରୁ ପୁଣି ଲାଗୁ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚôଛି । ତେବେ ବନ୍ଦ ରହିଥିବା ଏହି ଆଇନ୍ କାର୍ଯ୍ୟକାରୀ ପୂର୍ବରୁ ବାଲେଶ୍ୱରର ଯାନବାହାନ ଆରୋହୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉଭୟ ପୁଲିସ ଓ ପରିବହନ ବିଭାଗ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରୟାସ ପରିବାର’ ପକ୍ଷରୁ ସହରର ପୁଲିସ ଲାଇନ୍ ଛକଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାସ୍ତାରେ ଯାନବାହାନ ଚଳାଇ ଯାଉଥିବା ଆରୋହୀଙ୍କୁ ହେଲମେଟ୍ ପିନ୍ଧିବା, ଟ୍ରାଫିକ୍ ନିୟମ ପାଳିବା ଆଦି ସମ୍ପର୍କରେ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ଏସ୍‌ପି ବି.ଯୁଗଳ କିଶୋର କୁମାର ଏଥିରେ ଯୋଗଦେଇ ଆସନ୍ତା ଡିସେମ୍ବର ୧ ତାରିଖରୁ ଲାଗୁ ହେବାକୁ ଯାଉଥିବା ପରିବହନ ଆଇନ୍ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଏହି ଆଇନ୍ କାର୍ଯ୍ୟକାରୀ ପୂର୍ବରୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସାମାଜିକ ସଂଗଠନମାନଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*