ପ୍ରୋ-ଲିଗ୍‌ ପାଇଁ କଳିଙ୍ଗରେ ପ୍ରସ୍ତୁତି ଆରମ୍ଭ କଲା ଭାରତୀୟ ଦଳ ଶିବିରରେ ସାମିଲ ୬ ଓଡ଼ିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ପୁଣି ଥରେ ଏକାଠି ହୋଇଛନ୍ତି ଭାରତୀୟ ହକି ଦୁନିଆର ଟପ୍‌ -୩୩ ଖେଳାଳି । ଯେଉଁ ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ୍‌ ସକାଶେ ଭାରତୀୟ ଦଳ ଯୋଗ୍ୟତା ଟିକେଟ ହାସଲ କରିଥିଲା ସେହି ଷ୍ଟାଡିୟମରେ ପରବର୍ତ୍ତୀ ଚ୍ୟାଲେଞ୍ଜ ସକାଶେ ଦଳ ତୟାରୀ କରିବା ପାଇଁ ଏକାଠି ହୋଇଛି । ଆସନ୍ତାବର୍ଷ ଜୁଲାଇ ମାସରେ ଟୋକିଓରେ ଅନୁଷ୍ଠିତ ହେବ ଅଲିମ୍ପିକ୍‌ । ତେବେ ତା’ ପୂର୍ବରୁ ଭାରତୀୟ ଦଳ ଆଗରେ ସମ୍ମାନର କଥା ହୋଇସାରିଛି ପ୍ରୋ-ଲିଗ୍‌ ପ୍ରତିଯୋଗିତା । ଆସନ୍ତା ବର୍ଷ ପ୍ରାରମ୍ଭରେ ଏହି ପ୍ରତିଯୋଗିତା ଘରେ -ବାହାରେ ପଦ୍ଧତିରେ ଖେଳାଯିବ ।
ସୋମବାର ଠାରୁ ମୁଖ୍ୟକୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଛି ୩ ସପ୍ତାହର ଏହି ତାଲିମ କାର୍ଯ୍ୟକ୍ରମ । ଡିସେମ୍ବର ୮ ତାରିଖରେ ଏହି ଶିବିର ସରିବ । ଗତ ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଯୋଗ୍ୟତା ଲଢେଇରେ ସାମିଲ ହୋଇଥିଲା ଭାରତୀୟ ଦଳ । ମୋଟ୍‌ ୧୧-୩ ଗୋଲ ବ୍ୟବଧାନରେ ସେହି ଲଢେଇକୁ ଜିତି ଭାରତ ଟୋକିଓ ଅଲିମ୍ପିକର ହକି ଟିକେଟ ପାଇଥିଲା । ପ୍ରଥମ ବଡ଼ କାମ ସରିଯାଇଥିଲା ବେଳେ ଏବେ ଜାନୁଆରୀ ୨୦୨୦ରୁ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଉପରେ ଧ୍ୟାନକେନ୍ଦ୍ରୀଭୂତ କରିଛି ଭାରତୀୟ ହକି ଦଳ । ଟୋକିଓ ଅଲିମ୍ପିକ୍‌କୁ ଆଖି ଆଗରେ ରଖି ପ୍ରସ୍ତୁତ କରୁଥିବା ରଣନୀତି କୋଚ୍‌ ରିଡ୍‌ ଏହି ପ୍ରୋ-ଲିଗ୍‌ ସମୟରେ ପରଖିବେ । ତେଣୁ ତାହାର ବିଶେଷ ପ୍ରସ୍ତୁତି ଏହି ଶିବିରରେ କରାଯିବ ।
ଓଡ଼ିଶା ପାଇଁ ଆଗ୍ରହର ବିଷୟ ଯେ, ୩୩ ଜଣିଆ କୋର ହକି ଦଳରେ ୬ ଜଣ ଓଡ଼ିଆ ସାମିଲ ହେବାର ସୁଯୋଗ ପାଇଛନ୍ତି । ଗତ ରୁଷିଆ ବିପକ୍ଷ ଲଢେଇରେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଖେଳିଥିଲେ । ସେମାନଙ୍କ ସହ ଏହି ଶିବିର ସକାଶେ ଡାକରା ପାଇ ଆସି ସାମିଲ ହୋଇଛନ୍ତି ନିଲମ ସଂଜିପ ଖେସ, ଦୀପସାନ ତିର୍କୀ, ଆଶିଷ କୁମାର ଟୋପ୍ନୋ, ଶିଳାନନ୍ଦ ଲାକ୍ରା । ତତକ୍ଷଣାତ୍‌ କୌଣସି ପ୍ରତିଯୋଗିତା ନଥିବାରୁ ଏହି ଶିବିରରେ ଦଳୀୟ ରଣନୀତି ଅପେକ୍ଷା ବ୍ୟକ୍ତିଗତ ସ୍କିଲ ବୃଦ୍ଧି ପାଇଁ ଆମେ ଚେଷ୍ଟା କରିବୁ । ଗତ ସିଜିନରେ ଆମେ କିପରି ଖେଳିଥିଲୁ ତାହାର ବିସ୍ତୃତ ସମୀକ୍ଷା ଏହି ଶିବିର ବେଳେ କରିବୁ । ଯାହା ଆମକୁ ଆସନ୍ତା ୯ ମାସ ପର୍ଯ୍ୟନ୍ତ ଆଗେଇ ଯିବାରେ ସହାୟକ ହେବ ବୋଲି ନିଜ ପ୍ରତିକି୍ରୟାରେ କହିଛନ୍ତି ମୁଖ୍ୟକୋଚ୍‌ ରିଡ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*