ପ୍ରେମରେ ଉବୁଟୁବୁ ସିଦ୍ଧାର୍ଥ-ଶେହନାଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବିଗ ବସ୍‌-୧୩ ରେ ସବୁଠୁ ବଡ଼ ଚର୍ଚ୍ଚାରେ ଥିଲେ ସିଦ୍ଧାର୍ଥ ଶୁଳ୍କା ଏବଂ ଶେହନାଜ କୌର । ଏହି ଦୁଇଜଣଙ୍କ ମଧ୍ୟରେ ଝଗଡା ଏବଂ ବନ୍ଦିଂ ଦର୍ଶକଙ୍କୁ ଏହା ଅନୁଭବ କରାଇଥିଲା ଯେ, ସେମାନଙ୍କ ମଧ୍ୟରେ ରହିଛି ପ୍ରେମ ସମ୍ପର୍କ । ଶେହନାଜ ପୂର୍ବରୁ ସିଦ୍ଧାର୍ଥଙ୍କୁ ପ୍ରେମ କରୁଥିବା ବିଷୟ ଖୋଲାଖୋଲି କହୁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲିନାହାଁନ୍ତି ସିଦ୍ଧାର୍ଥ । ହେଲେ ଏବେ ଜଣେ ପୂର୍ବ ପ୍ରତିଯୋଗୀ ଏହି ଦୁଇଜଣଙ୍କୁ ନେଇ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଭାଇରାଲ ହୋଇଛି ।
ଅବୁ ମଲ୍ଲିକ୍‌ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ ହେଉଛି । ସେ କହିଛନ୍ତି ଯେ, ଆପଣମାନେ ଯେତିକି ଭାବୁଛନ୍ତି ତା’ ଠୁ ଅଧିକ ପ୍ରେମ ଏହି ଦୁଇଜଣ ପରସ୍ପରକୁ କରୁଛନ୍ତି । ମୁଁ ନିଜ ଆଖିରେ ଏହା ଦେଖିଛି । ଅଧିକ କିଛି କହିପାରିବି ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*