‘ପ୍ରେଗ୍ନେନ୍ସି ପରେ ଡିପ୍ରେସନ୍‌ରୁ ନିଜକୁ ଦୂରେଇ ରଖିଥିଲି’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଛୋଟ ପରଦାରୁ ବଡ଼ ପରଦାରେ ନାମ କମାଇଥିବା ଅଭିନେତ୍ରୀ ସୁର୍‌ଭୀନ ଚାୱଲା ଚଳିତ ବର୍ଷ ଅପ୍ରିଲ ମାସରେ ଇଭା ନାମ୍ନୀ ଏକ ସୁନ୍ଦର ଝିଅର ମା’ ବନିଥିଲେ । ପ୍ରେଗ୍ନେନ୍ସି ସମୟରେ ସୁର୍‌ଭୀନ୍‌ଙ୍କ ଓଜନ ୧୮ କେଜି ବୃଦ୍ଧି ପାଇଥିଲା । ଏହା ପରେ ଯୋଗ ଏବଂ ବ୍ୟାୟାମ୍‌ ଜରିଆରେ ସେ ନିଜକୁ ଫିଟ୍‌ କରିପାରିଥିଲେ । ପ୍ରେଗ୍ନେନ୍ସିର ୭ ମାସ ପରେ ଏହି ଅଭିନେତ୍ରୀ ଜଣକ ବଡ଼ ଖୁଲାସା କରିଛନ୍ତି ମିଡ଼ିଆ ନିକଟରେ । ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏହି କଥା ପ୍ରଘଟ କରିଛନ୍ତି । ସେ କହିଛନ୍ତି ଯେ, “ପ୍ରେଗ୍ନେନ୍ସି ପୂର୍ବରୁ ମୁଁ ଡିପ୍ରେସନ୍‌ ବିଷୟରେ ଶୁଣିଥିଲେ । ଏଥିଯୋଗୁଁ ନିଜକୁ ଏଥିରୁ ଦୂରେଇ ରଖିବା ପାଇଁ ମୁଁ ପ୍ରସ୍ତୁତ ଥିଲି । ସର୍ବଦା ନିଜ ଭାବନାକୁ ସମସ୍ତଙ୍କ ସମ୍ମୁଖରେ ବ୍ୟକ୍ତ କରୁଥିଲା ବେଳେ କଥାକୁ କେବେ ହେଲେ ବୁଲେଇ ବଙ୍କେଇ କହିବାକୁ ମୁଁ ପସନ୍ଦ କରେ ନାହିଁ । ମୁଁ ନିଜକୁ ଭାବ୍ୟବାନ୍‌ ମନେ କରେ । କାରଣ ମୋତେ ବୁଝିପାରୁଥିବା ଭଳି ଜଣେ ଜୀବନସାଥୀକୁ ମୁଁ ପାଇଛି, ଯିଏ କି ମୋ ସହ ସମସ୍ତ କଥା ସେୟାର କରିଥାନ୍ତି ।” ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଡିପ୍ରେସନ୍‌ ଛୋଟ ଛୋଟ କଥାରୁ ହିଁ ବଢ଼ିଥାଏ ଏବଂ ପରେ ଏହା ବଡ଼ ସମସ୍ୟା ସୃଷ୍ଟି କରିଥାଏ । ପ୍ରେଗ୍ନେନ୍ସି ସମୟରେ ମୁଁ ନିଜକୁ ଭାବନାତ୍ମକ ରୂପେ ଭଲ ପରିବେଶରେ ରଖିଥିବାରୁ ଏଥିରୁ ମୁକୁଳି ପାରିଛି ।”
ସୁର୍‌ଭୀନ ୨୦୧୫ରେ ଅକ୍ଷୟ ଠକ୍କରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ଏହି ବିବାହକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । ପରେ ୨୦୧୭ରେ ବିବାହ ଫଟୋକୁ ସେୟାର କରି ନିଜର ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ । ସୁର୍‌ଭୀନ୍‌ ଫିଲ୍ମ ‘ହେଟ୍‌ ଷ୍ଟୋରୀ-୨’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ବଲିଉଡ୍‌ରେ ପାଦ ଥାପିଥିଲେ । ବଲିଉଡ୍‌କୁ ଆସିବା ପୂର୍ବରୁ ସୁର୍‌ଭୀନ୍‌ ତାମିଲ, ତେଲୁଗୁ, ପଞ୍ଜାବୀ ଫିଲ୍ମଗୁଡ଼ିକରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ । ଏଇ ନିକଟରେ ସୁର୍‌ଭୀନଙ୍କୁ ନେଟ୍‌ଫ୍ଲିକ୍ସର ୱେବ୍‌ସିରିଜ୍‌ ‘ସାକ୍ରେଡ୍‌ ଗ୍ରେମ୍ସ-୨’ରେ ନଜର ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*