ପ୍ରି-କ୍ୱାର୍ଟର୍‌ଫାଇନାଲ୍‌ରେ ସାଥିୟାନ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚେଙ୍ଗ୍ଦୁ

ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ପୁରୁଷ ବିଶ୍ୱ କପ୍ ପ୍ରତିଯୋଗିତାରେ ଶୁକ୍ରବାର ଭାରତୀୟ ଖେଳାଳି ସାଥିୟାନ୍ ଜ୍ଞାନସେଖରନ୍ ଫ୍ରାନ୍ସର ସିମନ୍ ଗøଜିଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟର୍ଫାଇନାଲ୍କୁ ପ୍ରବେଶ କରିଛନ୍ତି । ସାଥିୟାନ୍ ଏକ ସମୟରେ ଗେମ୍ରେ ପଛେଇ ଯାଇଥିଲେ କିନ୍ତୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ ପୂର୍ବକ ଜିତିଯାଇଥିଲେ । ଏହି ମ୍ୟାଚ୍ ଜିତିବାକୁ ସାଥିୟାନ୍ ୧ ଘଣ୍ଟା ଏବଂ ୪ ମିନିଟ୍ ସମୟ ନେଇଥିଲେ ।
ପ୍ରଥମ ମ୍ୟାଚ୍ରେ ସାଥିୟାନ୍ ସିମନ୍ଙ୍କ ବିପକ୍ଷରେ ୧୧-୧୩,୯-୧୧,୧୧-୮,୧୪-୧୨,୭-୧୧,୧୧-୫,୧୧-୮ ରେ ମ୍ୟାଚ୍ ଜିତିଯାଇଥିଲେ । ଦ୍ୱିତୀୟ ମ୍ୟାଚ୍ ସାଥିୟାନ୍ ଡ଼େନ୍ମାର୍କର ଗ୍ରଥ୍ ଜୋନାଥନ୍ଙ୍କ ବିପକ୍ଷରେ ଖେଳିଥିଲେ । ସାଥିୟାନ୍ ଜୋନାଥନ୍ଙ୍କୁ ୧୧-୩,୧୨-୧୦,୭-୧୧,୧୬-୧୪,୮-୧୧,୧୧-୮ ରେ ପରାସ୍ତ କରିଥିଲେ । ସାଥିୟାନ୍ ଗ୍ରୁପ୍ ଡ଼ିରେ ଟପ୍ ସ୍ଥାନ ଅଧିକାର କରିବା ସହ ୪ ପଏଣ୍ଟ ହାସଲ କରି ପ୍ରି-କ୍ୱାଟର୍ଫାଇନାଲ୍ ସକାଶେ ସ୍ଥାନ ସଂରକ୍ଷିତ କରିଦେଇଥିଲେ । ଶନିବାର ଏଠାରେ ପ୍ରି-କ୍ୱାର୍ଟର୍ଫାଇନାଲ୍ ଖେଳାଯିବ । ପ୍ରି-କ୍ୱାର୍ଟର୍ଫାଇନାଲରେ ସାଥିୟାନ ଜର୍ମାନୀର ଟିମୋ ବେଲ୍ଙ୍କୁ ଭେଟିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*