ପ୍ରିୟଙ୍କା ରେଡ୍ଡିଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ତେଲେଙ୍ଗାନାର ଡ଼ାକ୍ତର ପି୍ରୟଙ୍କା ରେଡ୍ଡି ଗଣଦୁର୍ଷ୍କମ ଏବଂ ଜଘନ୍ୟ ହତ୍ୟା ଘଟଣାର ପ୍ରତିବାଦ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱର ସମୂହ ତରଫରୁ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାକୁ କଠୋର ଭାବେ ନିନ୍ଦା କରି କୁହାଯାଇଛି ଯେ, ଏହି ବର୍ବର ଏବଂ ପାଶବିକ କାନ୍ଦ ପାଇଁ ତେଲେଙ୍ଗାନା ସରକାର ନୈତିକ ଦାୟିତ୍ୱ ଗ୍ରହଣ କରୁ, ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରୁ ଏବଂ ଏହିଭଳି ବିଭତ୍ସ ଘଟଣା ନ ହେବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ମହିଳାମାନଙ୍କ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଭାବେ ଯୋଜନା ଗ୍ରହଣ କରନ୍ତୁ ।
ସେହିପରି ଓଡ଼ିଶାରେ ସ୍ମିତାରାଣୀଙ୍କ ମୃତୁ୍ୟ ଜନିତ ରହସ୍ୟ ଉପରୁ ପରଦା ଉଠିନଥିବାବେଳେ କୁନ୍ଦୁଲି ପୀଡ଼ିତା, ଇତିଶ୍ରୀ ମାମଲା, ବେବିନା ହତ୍ୟା ଇତ୍ୟାଦିରେ ପୀଡ଼ିତାମାନଙ୍କ ପରିବାରକୁ ଅଦ୍ୟାବଧି ନ୍ୟାୟ ମିଳିପାରିନାହିଁ । କାଠୱା, ଊନା ଗଣଦୁର୍ଷ୍କମ ଅତି ଗମ୍ଭୀର ପରିସ୍ଥିତିକୁ ଇଙ୍ଗିତ କରୁଛି । ନିର୍ଭୟା ଘଟଣା ପରେ ବର୍ମା କମିଶନଙ୍କ ସୁପାରିସ ସବୁ କିଛି ଚର୍ଚ୍ଚାରେ ରହିଛି । ବାସ୍ତବ କ୍ଷେତ୍ରରେ ମହିଳାମାନେ ନ୍ୟାୟ ପାଉନାହାଁନ୍ତି, ବରଂ ମହିଳାମାନଙ୍କ ଉପରେ ହିଂସା ଏବଂ ଅପରାଧ ବଢୁଛି । ସମାଜରେ ବସା ବାନ୍ଧିଥିବା ଉଗ୍ର ଅସାମାଜିକ ପରିସ୍ଥିିତି ବିରୋଧରେ ସମଗ୍ର ସମାଜ ଲଢିବା ପାଇଁ ପରିସ୍ଥିତିର ଆହ୍ୱାନ । ମାତ୍ର ଦେଶ ଓ ରାଜ୍ୟରେ ସରକାର ଚଳାଉଥିବା ଶାସକ, ପ୍ରଶାସନ ଏବଂ ପୁଲିସ୍ ବ୍ୟବସ୍ଥା ନିଜର ନୈତିକ, ଆଇନ୍ଗତ ଏବଂ ସାମ୍ବିଧାନିକ ଦାୟିତ୍ୱକୁ ଏଡ଼ାଇ ଦେଲେ ଚଳିବ ନାହିଁ । ପ୍ରିୟଙ୍କା ଘଟଣାରେ ତେଲେଙ୍ଗାନା ସରକାର ଏବଂ ସ୍ମିତାରାଣୀ ଘଟଣାରେ ଓଡ଼ିଶା ସରକାର ଦେଶବାସୀଙ୍କ ପାଖରେ ଜବାବ ରଖିବା ପାଇଁ ଭୁବନେଶ୍ୱର ସମୂହ ଦାବୀ କରିଛି । ମହିଳାମାନଙ୍କ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେହି ବି ରାଜନୀତି କରିବା ଉଚିତ୍ ନୁହେଁ । କିନ୍ତୁ ନିର୍ବାଚିତ ସରକାରମାନେ ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ପାଇଁ ଦାବି କରାଯାଇଛି ।
ଭୁବନେଶ୍ୱର ସମୂହ ତରଫରୁ ଏହି ବିକ୍ଷୋଭରେ ବିଶିଷ୍ଟ ସମାଜକର୍ମୀ ରାଜନୈତିକ କର୍ମୀ, ମହିଳା ସଂଗଠକ ଏବଂ ସ୍ତମ୍ଭକାରମାନେ ଯୋଗ ଦେଇଥିଲେ । ଭୁବନେଶ୍ୱର ସମୂହର ଆବାହକ ସୁରେଶ ପାଣିଗ୍ରାହୀ ବିକ୍ଷୋଭକୁ ପରି·ଳନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*