ପ୍ରିୟଙ୍କା ରେଡ୍ଡିଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ହାଇଦ୍ରାବାଦଠାରେ ଭେଟନାରୀ ଡ଼ାକ୍ତର ପ୍ରି୍ରୟଙ୍କା ରେଡ୍ଡିଙ୍କର ଜଘନ୍ୟ ଗଣବଳାକ୍ରାର ଓ ନୃଶଂସ ହତ୍ୟାର ପ୍ରତିବାଦରେ ଏଆଇଡ଼ିଏସ୍ଓ, ଭୁବନେଶ୍ୱର ସିଟି କମିଟି ତରଫରୁ ଏକ ପ୍ରତିବାଦ ସଭା ମ୍ୟାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଓ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ଏବଂ ଟିଭି, ଇଣ୍ଟରନେଟ୍, ବିଜ୍ଞାପନ ଜରିଆରେ ଅଶ୍ଳିଳତା, ନଗ୍ନତା, ମଦ ମାଦକ ଦ୍ରବ୍ୟର ପ୍ର·ର ଓ ପ୍ରସାର ବନ୍ଦ କରିବା ଆଦି ଦାବିରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ସଂଗଠନର ଭୁବନେଶ୍ୱର ସଭାପତି ନସିମ୍ ସରକାର ଅଧ୍ୟକ୍ଷତା କରିଥିବା ବେଳେ ସଂଗଠନର ରାଜ୍ୟ ସମ୍ପାଦକ ସୁବାସ ନାୟକ, ସିଟି କମିଟି ସମ୍ପାଦିକା ସ୍ୱସ୍ତି ସଙ୍ଗୀତା ଦଳାଇ, ଉପସଭାନେତ୍ରୀ ସପ୍ତର୍ସିନି ରାଉଳ, ବାଣୀବିହାର ଛାତ୍ରନେତା ମନୋଜ କୁମାର ପାତ୍ର, ରମାଦେବୀ ଛାତ୍ରୀନେତ୍ରୀ ପ୍ରଜ୍ଞାମିତା ଜେନା, ମିନି ମେହେର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କ୍ରମାଗତଭାବେ ନାରୀ ନିର୍ଯ୍ୟାତନା ଓ ନାରୀମାନଙ୍କ ଉପରେ ପାଶବିକ ଆକ୍ରମଣ ଓ ହତ୍ୟା ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତିି । ଆମ ରାଜ୍ୟରେ ମଧ୍ୟ କୁନ୍ଦୁଲି ଠାରୁ ଆରମ୍ଭ କରି ବେବିନା, ଇତିଶ୍ରୀଙ୍କ କ୍ଷେତ୍ରରେ ମଧ୍ୟ ଏହିଭଳି ଘଟଣା ଘଟିଯାଇଛି । ଅନ୍ୟ ଦିଗରେ ଏହିଭଳି ଜଘନ୍ୟ ଘଟଣା ଘଟିବାର ଅନ୍ୟତମ ପ୍ରମୁଖ କାରଣ ଅଶ୍ଳିଳତା, ନଗ୍ନତା ଓ ମଦମାଦକ ଦ୍ରବ୍ୟର ପ୍ର·ର ପ୍ରସାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ଚଳିତବର୍ଷ ଆମ ରାଜ୍ୟ ସରକାର ନିର୍ଲଜ ଭାବେ ଶ୍ରେଷ୍ଠ ମଦ ବିକ୍ରେତାଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ବିଭାଘର ଠାରୁ ଆରମ୍ଭ କରି ମେଳା ମହୋତ୍ସବରେ ମଧ୍ୟ ମଦ ଦୋକାନ ଖୋଲିବାକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ମଦ ଓ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଡଃ ପି୍ରୟଙ୍କା ରେଡ୍ଡିଙ୍କ ବଳାକ୍ରାରୀଙ୍କୁ କଠୋର ଶାସ୍ତି ପ୍ରଦାନ କରିବା ଓ ତାଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ ଦାବି ଉପସ୍ଥାପନ କରଯାଇଛି । ନଚେତ୍ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଦୃଢ ଚେତାବନୀ ପ୍ରଦାନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*