ପ୍ରିୟଙ୍କାଙ୍କ ସହିତ କାମ କରିବାକୁ ମନା କଲେ ସଲମାନ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ପ୍ରତିବର୍ଷ ବଲିଉଡର ଦବଙ୍ଗ ଖାନ, ସଲାମନ ନିଜ ଫ୍ୟାନମାନଙ୍କଭ ଇଦ୍‌ରେ ଉପହାର ଦେଇଥାନ୍ତି । ସଲମାନ ଇଦରେ ଯେମିତି ହେଲେ ନିଜର ଏକ ଫିଲ୍ମ ରିଲିଜ କରିଥାନ୍ତି । ଏବେ ଶୁଣିବାକୁ ମିଳିଛି କି, ୨୦୨୦ରେ ପୁଣି ଥରେ ଭାଇଜାନ କ୍ୟାଟ୍ରିନା କୈଫ୍ଙ୍କ ସହିତ ନଜର ଆସିବେ । ଗତ କିଛିଦିନ ତଳେ ଶୁଣିବାକୁ ମିଳିଥିଲା କି, ସଲମାନ ୨୦୨୦ ଇଦ୍ରେ ଫିଲ୍ମ ‘ରାଧେ’ରେ ଆସୁଛନ୍ତି । ଏହି ଫିଲ୍ମକୁ ପ୍ରଭୁଦେବା ନିଦେ୍ର୍ଦଶନା ଦେବେ । କିନ୍ତୁ ଏବେ ସଲମାନ ଖାନ ନିଜେ ଏହାକୁ କନଫର୍ମ କରିଛନ୍ତି କି, ଏହି ଫିଲ୍ମର ନାଁ ରାଧେ ନୁହେଁ ଆଉ କିଛି ରଖାଯିବ ।
ଏହି ଫିଲ୍ମରେ ସଲମାନ ପୁଣି ଥରେ ପୁଲିସ ଭୂମିକାରେ ନଜର ଆସିବେ । ଏହା ଦବଙ୍ଗ-୩ ପରେ ରିଲିଜ୍ ହେବ । ନିର୍ମାତା ପରଦାରେ ନୂଆ କିଛି ଦେଖାଇବା ପାଇଁ ସଲମାନଙ୍କ ଅପୋଜିଟରେ ପ୍ରିୟଙ୍କାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । ଏମିତିରେ ବି ପ୍ରିୟଙ୍କାଙ୍କ ହାତରେ ଏବେ ‘ଦ ସ୍କାଇ ଇଜ୍ ପିଙ୍କ’ ବ୍ୟତୀତ ଆଉ କିଛି ସିନେମା ନାହିଁ । କିନ୍ତୁ ସଲମାନ ପ୍ରିୟଙ୍କାଙ୍କ ସହିତ କାମ କରିବାକୁ ମନା କରିଦେଇଛନ୍ତି । ସେ ଏହି ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କ ନାମ ଫାଇନାଲ କରିଛନ୍ତି । ଏହି ଫିଲ୍ମରେ କ୍ୟାଟ୍ରିନା ଓ ଜ୍ୟାକଲିନ୍ଙ୍କ ଭିତରୁ ଜଣକୁ ବାଛିବାର ଥିଲା । ସଲମାନ କ୍ୟାଟ୍ରିନାଙ୍କୁ ବାଛିଥିଲେ । କାରଣ ସଲମାନଙ୍କ କିକ୍-୨ରେ ଜ୍ୟାକଲିନଙ୍କୁ ସଲମାନଙ୍କ ସହ ଦେଖିବାକୁ ମିଳିବ । କୁହାଯାଉଛି ଯେ, ସଲମାନଙ୍କ ଫିଲ୍ମ ‘ଭାରତ’ରେ ପ୍ରିୟଙ୍କା ଅଭିନୟ କରିବାକୁ ମନା କରିଦେଇଥିବାରୁ ଏଥର ସଲମାନ ତାଙ୍କ ସହିତ କାମ କରିବାକୁ ମନା କରିଦେଇଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*