ପ୍ରିମିୟର ଲିଗ୍‌ରେ ଖେଳିବେନି ସାଇନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଆଗାମୀ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ରୁ ନିଜକୁ ଓହରାଇ ନେଇଛନ୍ତି ପ୍ରଖ୍ୟାତ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ । ଜାନୁଆରୀ ୨୦ରୁ ଫେବୃଆରୀ ୯ ମଧ୍ୟରେ ଖେଳାଯିବାକୁ ଥିବା ଏହି ଲିଗ୍‌ରେ ସିନ୍ଧୁ ଓ ଶ୍ରୀକାନ୍ତଙ୍କ ଭଳି ଦେଶର ବହୁ ଟପ୍‌ ଖେଳାଳି ଏଥିରେ ଭାଗ ନେବାକୁ ଯାଉଥିଲା ବେଳେ ବିଶ୍ୱର ୯ ନଂ ଖେଳାଳି ସାଇନା ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତିି । ସୋସିଆଲ ମିଡ଼ିଆରେ ସାଇନା ନିଜେ ଓହରି ଯାଉଥିବାର ଖବର ସାର୍ବଜନୀନ କରିଛନ୍ତି । ଗତ କେତୋଟି ପ୍ରତିଯୋଗିତାରେ ସାଇନା ପ୍ରାରମ୍ଭିକ ରାଉନ୍ଦ ଗୁଡ଼ିକରୁ ବାହାରି ଯାଉଥିବାରୁ ସମ୍ଭବତଃ ସେଥିପାଇଁ ଏହି ଲିଗ୍‌ରେ ନ ଖେଳି ନିଜକୁ ପ୍ରସ୍ତୁତ କରିବା ଲାଗି ସ୍ଥିର କରିଥିବା କୁହାଯାଉଛି । ସାଇନା ମଧ୍ୟ ଲେଖିଛନ୍ତି ଆଘାତଜନିତ ସମସ୍ୟା ପାଇଁ ଏବର୍ଷ ମୁଁ ଭଲ ଭାବରେ ପ୍ରସ୍ତୁତି କରିପାରି ନଥିଲି । ତେଣୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ରେ ନ ଖେଳି ସେହି ସମୟରେ ପ୍ରସ୍ତୁତି କରିବାକୁ ମୁଁ ସ୍ଥିର କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*