‘ପ୍ରାତଃ ବ୍ୟାୟାମ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଖୋଲାଯାଉ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଦୀର୍ଘ ବର୍ଷ ଧରି ପ୍ରାୟ ୧୦ ହଜାରରୁ ଅଧିକ ଜନସାଧାରଣ ଶାରିରୀକ ସୁସ୍ଥତା ପାଇଁ ପ୍ରାତଃ ବ୍ୟାୟମ କରିଆସୁଥିଲେ । ବିଗତ ଦୁଇ ବର୍ଷ ହେଲା ଅନ୍ତର୍ଜାତୀୟ ହକି ବିଶ୍ୱକପ୍‌ ଓ ନିର୍ମାଣ କାର୍ଯ୍ୟର ଆଳ ଦେଖାଇ କ୍ରୀଡ଼ା ବିଭାଗ ଏହି ସୁବିଧାରୁ ଜନସାଧାରଣଙ୍କୁ ବଞ୍ଚôତ କରିଆସିଛି । ଆଚାର୍ଯ୍ୟ ବିହାର, ନୂଆପଲ୍ଲୀ, ଜୟଦେବ ବିହାର, ଶାସ୍ତ୍ରୀ ନଗର, ୟୁନିଟ୍‌-୪, ଏଜି କଲୋନୀ, ଆଇ.ଆର.ସି ଭିଲେଜ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ସମେତ ପ୍ରାୟ ୧୦ ହଜାରରୁ ଅଧିକ ଜନସାଧାରଣ ତାଙ୍କ ପାଇଁ ଏହା ଏକ ମାତ୍ର ସୁରକ୍ଷିତ ବ୍ୟାୟାମଶାଳା ଓ ପ୍ରାତଃ ବ୍ୟାୟମ ସ୍ଥଳ । ଜନସାଧାରଣ ମଧ୍ୟ ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହେଉଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ସେହି ସମୟ ପାଇଁ ପ୍ରାତଃ ଭ୍ରମଣରୁ ବଞ୍ଚôତ ରହି ସରକାରଙ୍କୁ ସହଯୋଗ କରିଆସୁଥିଲେ । କ୍ରୀଡ଼ା ବିଭାଗର ସଚିବଙ୍କ ମେରୀ ରାୟ ନୀତି ଯୋଗୁଁ ବର୍ତ୍ତମାନ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ଚାଲିବା ଦ୍ୱାରା ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟି ବହୁ ଧନଜୀବନ ମଧ୍ୟ କ୍ଷତି ହୋଇଚାଲିଛି । ରାସ୍ତା ଉପରେ ପ୍ରାତଃ ବ୍ୟାୟାମ ସମୟରେ ନୂଆପଲ୍ଲୀର ବରିଷ୍ଠ ନାଗରିକ ଡମ୍ବରୁଧର ବେହେରାଙ୍କ ଦୁର୍ଘଟଣାରେ ମୃତୁ୍ୟ ମଧ୍ୟ କିଛି ଦିନ ତଳେ ହୋଇଛି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ, ପୁଲିସ କମିଶନ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇ ଦିଆଯାଇଛି । ପୁଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀଙ୍କୁ ଏକ ପ୍ରତିନିଧି ଦଳ ଭେଟ ହୋଇ ବରିଷ୍ଠ ନାଗରିକ ସୁରୁକ୍ଷା ଦୃଷ୍ଟିର କଳିଙ୍ଗ ଷ୍ଟାଡିୟମ୍‌ ଖୋଲିବାକୁ ଅନୁରୋଧ କରାଯାଇଥିଲା । ଯଦି ଏହି ସମସ୍ୟାକୁ ଗୁରୁତ୍ୱର ସହିତ ବିଚାର ନକରି ସର୍ବସାଧାରଣଙ୍କ ବ୍ୟାୟାମ ନିମନ୍ତେ କଳିଙ୍ଗ ଷ୍ଟାଡିୟମ୍‌ ଖୋଲା ନଯାଏ ତେବେ ଆଗାମୀ ଦିନରେ ଏକ ବିରାଟ ଜନଆନେ୍ଦାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ଷ୍ଟାଡିୟମ୍‌ ୱାର୍କର୍ସ ଆସୋସିଏସନ୍‌ ପକ୍ଷରୁ ଜଣାଇ ଦିଆଯାଇଛି । ଆସନ୍ତା ୨୦ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ୍‌ ୩ ନଂ ଗେଟ୍‌ ସମ୍ମୁଖରେ ସକାଳ ୬ ଟାରେ ସମସ୍ତ ପ୍ରାତଃ ଓ ସନ୍ଧ୍ୟା ଚାଲୁଥିବା ଜନସାଧାରଣ ଏକାଠି ହୋଇ ଭିତରକୁ ପ୍ରବେଶ କରିବେ ଓ ଯଦି ଆମ୍ଭକୁ ରୋକାଯିବ ତା’ ହେଲେ ଧାରଣାରେ ବସିବାକୁ ନିଷ୍ପତ୍ତି ନିଆଯାଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ସବୁ ମ୍ୟାଚ ସମୟରେ ଜନସାଧାରଣ ଏହାକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରଶ୍ମିରଞ୍ଜନ କାନୁନଗୋ, ବଦି୍ରନାରାୟଣ ମିଶ୍ର, ମିଲନ ପାଇକରାୟ, ଅର୍ଜୁନ ବେହେରା, ପ୍ରଶନ୍ନ ବିଶୋୟୀ, ପ୍ରଶାନ୍ତ ହରିଚନ୍ଦନ, ଭାଗିରଥି ଭୁୟାଁ, ବିଜୟ ନନ୍ଦ ବାସୁଦେବ ଭଟ୍ଟ, ଦୀପକ ମହାନ୍ତି ଏବଂ ବରିଷ୍ଠ ନାଗରିକ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*