ପ୍ରାଚୀ ପାଇକ ସଙ୍ଗଠନର ସମର କଳା ପ୍ରଦର୍ଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : କାକଟପୁର

ମା’ ମଙ୍ଗଳାଙ୍କ ପୀଠ ସୁରକ୍ଷା ପାଇଁ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରାଚୀ ତଟରେ ବସାଯାଇଥିବା ପାଇକ ବହୁଳ ଗ୍ରାମ କୁଅପଦା ଦଶହରା ପଡିଆରେ ବିଜୟା ଦଶମୀ ଅବସରରେ ଶସ୍ତ୍ର ପୂଜନ ଓ ସମର କଳା ପ୍ରଦର୍ଶନ ସମ୍ପନ୍ନ ହୋଇଥିଲା । ପାଇକ ଗୁରୁ ସର୍ଦ୍ଦାର ଦଧିବାମନ ରାମ, ସର୍ଦ୍ଦାର ବାବାଜୀ ଚରଣ ଦାସ, ସର୍ଦ୍ଦାର କୈଳାଶ ଦାସଙ୍କୁ ପାଇକ ଆଖଡା ଗାଦିରେ ବସାଇ ଗୁରୁ ପୂଜନ ପରେ ପରେ ଗ୍ରାମର ଶତାଧିକ ଯୁବକ ଭିନ୍ନ ଭିନ୍ନ ସମର କଳା ପ୍ରଦର୍ଶନ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିପାରିଥିଲେ । ସମ୍ମାନୀୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ ପନ୍ଦିତ ତ୍ରିଲୋଚନ ମିଶ୍ର, କାକଟପୁର ଥାନା ଅଧିକାରୀ ସୁଶ୍ରୀ ସୁମତି ମହାନ୍ତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଖଡା ମନ୍ଦପରେ ଉପସ୍ଥିତ ରହି ସମର କ୍ରୀଡାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପାଇକ ସଙ୍ଗଠନ ରାଜ୍ୟସ୍ତରୀୟ ପାଇକ ଆଖଡାରେ ବହୁବାର ସମ୍ମାନୀତ ହୋଇଥିଲେ ମଧ୍ୟ ସରକାରଙ୍କ ଅଣଦେଖା ହୋଇ ରହିବା ଠିକ ହୋଇ ନାହିଁ ବୋଲି ପନ୍ଦିତ ମିଶ୍ର କହିବା ସହ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଏହି ପାଇକ କ୍ରୀଡାବିତ୍ମାନଙ୍କ ପ୍ରତି ଶୁଭ ଦୃଷ୍ଟି ଦେବାକୁ ଦାବି କରିଥିଲେ । ଅନ୍ତତଃ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ମନ୍ତ୍ରଦାତା ପ୍ରଥମ ସହିଦ୍ ଜୟୀ ରାଜଗୁରୁଙ୍କ ନାମରେ ଏଠାରେ ଏକ ପାଇକ କ୍ରୀଡା ଭବନ ସ୍ଥାପନ କରିବା ଦାବି ସେ ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*