ପ୍ରାଇସ୍‌ ବଢ଼ାଇଲେ ଉର୍ବଶୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ବେଶ୍‌ କିଛିଦିନ ହେବ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଉର୍ବଶୀ ଖୁବ୍‌ଶୀଘ୍ର କମେଡି ଡ୍ରାମା ଫିଲ୍ମ ‘ଭର୍ଜିନ୍‌ ଭାନୁପ୍ରିୟା’ ଜରିଆରେ ବଡ଼ପରଦାକୁ ଫେରୁଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ଫିଲ୍ମରେ ଅଭିନୟ ଲାଗି ଉର୍ବଶୀଙ୍କୁ ସବୁଠାରୁ ଅଧିକ ପାରିଶ୍ରମିକ ଦିଆଯାଇଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ଉର୍ବଶୀ ବଲିଉଡର ଶେହନ୍‌ଶାହା ଅମିତାଭ ବଚ୍ଚନଙ୍କ ସହିତ ଏକ ସୁପରହିଟ୍‌ ଫିଲ୍ମର ସିକ୍ୱେଲ ଲାଗି ଅଫର୍‌ ଦିଆଯାଇଥିଲା । କିନ୍ତୁ ସମୟ ନଥିବା ଦର୍ଶାଇ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ଅନ୍ୟପଟେ ‘ଭର୍ଜିନ୍‌ ଭାନୁପ୍ରିୟା’ରେ ନିଜ ଭୂମିକା ପାଇଁ ଉର୍ବଶୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଉର୍ବଶୀ ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ଭାନୁପ୍ରିୟା ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଗୌତମ୍‌ ଗୁଲାଟି ମଧ୍ୟ ନଜର ଆସୁଛନ୍ତି । ଏହା ବ୍ୟତୀତ ଏହି ଫିଲ୍ମରେ ଅର୍ଚ୍ଚନା ପୁରନ୍‌ ସିଂ, ଡେଲ୍‌ନାଜ ଈରାନୀ, ରାଜୀବ ଗୁପ୍ତା, ବ୍ରିଜେନ୍ଦ୍ର କାଲାଙ୍କ ଭଳି କଳାକାର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମର ନିଦେ୍ର୍ଦଶନା ଅଜୟ ଲୋହାନ କରିଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଶ୍ରେୟାନ୍ସ ମହେନ୍ଦ୍ର ଧରିୱାଲ । ତେବେ ଫିଲ୍ମଟି ଜି୫ରେ ଜୁଲାଇ ୧୬ରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*