ପ୍ରସ୍ତୁତି ଫୁସ୍‌ ପ୍ରଶ୍ନପତ୍ର ଲିକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ/ଢେଙ୍କାନାଳ/ନୟାହାଟ/ରାଜନଗର
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ବୋର୍ଡ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ପ୍ରଥମ ଦିନରୁ ବିଶୃଙ୍ଖଳା ଦେଖାଦେଇଛି । ପ୍ରଥମ ଦିନ ପ୍ରଥମ ଭାଷା ମାତୃଭାଷା ଓଡିଆ ସମେତ ଅନ୍ୟାନ୍ୟ ଭାଷା ପରୀକ୍ଷା ରହିଥିବା ବେଳେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇ ବୁଲିଥିଲା । ଏ ସଂପର୍କରେ ବୋର୍ଡ କର୍ତ୍ତୃପକ୍ଷ ଖବର ପାଇବା ପରେ ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ରକୁ ମୂଳ ପ୍ରଶ୍ନପତ୍ର ସହ ମିଳାଇବା ପରେ ଉଭୟ ପ୍ରଶ୍ନପତ୍ର ସମାନ ଥିବା ଜଣାପଡିଥିଲା । ନୂଆପଡା, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବୋର୍ଡ ପକ୍ଷରୁ ଯାଞ୍ଚ ପରେ ଜଣାପଡିଥିଲା ।

ତେବେ ପ୍ରଥମ ଘଣ୍ଟାର ପରୀକ୍ଷା ପରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ବୋର୍ଡ ପକ୍ଷରୁ ବ୍ୟବହାର କରାଯାଇଥିବା ବୈଜ୍ଞାନିକ ଜ୍ଞାନକୈାଶଳ ଦ୍ୱାରା ପ୍ରଶ୍ନପତ୍ରଗୁଡିକ ନୂଆପଡା ବୋଡେନ ବ୍ଲକର କରମଙ୍ଗଳ ହାଇସ୍କୁଲ, ଗୋପୀନାଥ ହାଇସ୍କୁଲ, କୋରାପୁଟର ବନ୍ଧୁଗାଁ ହାଇସ୍କୁଲ ଓ ଢେଙ୍କାନାଳ ଜିଲ୍ଲାର ସୁଦର୍ଶନ ବିଦ୍ୟା ଭବନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଥିଲା । ତା ପରେ ଉକ୍ତ ୪ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଓ ଚାରି ପରୀକ୍ଷକଙ୍କୁ ମିଶାଇ ମୋଟ ୮ ଜଣଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ବିରୋଧରେ ଏତଲା ଦେବା ପାଇଁ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ବୋର୍ଡ ସଭାପତି ଡ. ଜାହାନ୍ ଆରା ବେଗମ ସୂଚନା ଦେଇଛନ୍ତି । ଏଥିସହ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରାଯାଇ ପରୀକ୍ଷାରୁ ବାଦ୍ ଦିଆଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ମୋବାଇଲ ଫୋନକୁ କେନ୍ଦ୍ର ମଧ୍ୟକୁ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଏହିସବୁ କେନ୍ଦ୍ରରେ ମୋବାଇଲ ଫୋନ ବ୍ୟବହାର କରାଯାଇଥିବା ଜଣାପଡିଥିଲା । ତେବେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ ଓ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଏହି ଘଟଣାରେ ବ୍ୟତିବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୭୯ ଜଣ ଛାତ୍ରଛାତ୍ରୀ ଧରାପଡିଛନ୍ତି । ଏମାନଙ୍କ ମଧ୍ୟରୁ ଏଚଏସସିର ୬୦ ଜଣ ରହିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୫ ଓ ମଧ୍ୟମାର ୩ ଜଣ ରହିଛନ୍ତି ।
ପ୍ରମାଣ ମିଳିଲେ ତଦନ୍ତ ହେବ : ଗଣଶିକ୍ଷାମନ୍ତ୍ରୀ
ଚଳିତବର୍ଷ ହାଇସ୍କୁଲ ବାର୍ଷିକ ପରୀକ୍ଷା ପ୍ରଥମ ଦିବସରେ ମାତୃଭାଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡିଛି । ତେବେ ସୋସିଆଲ ମିଡିଆରେ ଶୁକ୍ରବାର ପାଇଁ ଆସିଥିବା ମାତୃଭାଷା ପ୍ରଶ୍ନପତ୍ର ସେଟ୍‌-୧ ଠାରୁ ଆରମ୍ଭ କରି ୪ଟି ଯାକ ସେଟ୍‌ ଭାଇରାଲ ହେବା ଘଟଣାକୁ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅସ୍ୱୀକାର କରିଛନ୍ତି । ଶୁକ୍ରବାର ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍‌ ପରେ ପ୍ରଶ୍ନପତ୍ର ବାହାରେ ମିଳିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକି୍ରୟା ପ୍ରକାଶ ପାଇଥିଲା । ଏହା ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବଦି୍ରନାରାୟଣ ପାତ୍ର ପ୍ରଥମେ ଏହାକୁ ଅସ୍ୱୀକାର କରିଥିଲେ । ବୋର୍ଡ ସଭାପତି ପ୍ରଶ୍ନପତ୍ର ଭାଇରାଲକୁ ସ୍ୱୀକାର କରିଥିôବା ବେଳେ ମନ୍ତ୍ରୀଙ୍କ ପାଖରେ ଖବର ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ତଦନ୍ତ କରିବାକୁ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ପରିଚାଳନା ହେଉଛି । ନୋଡାଲ ସେଣ୍ଟରଗୁଡିକରେ ରହୁଥିବା ପ୍ରଶ୍ନ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ଦିନ ସକାଳ ୮ଟାରେ ପହଞ୍ଚୁଛି । ପ୍ରଶ୍ନ ପ୍ୟାକେଟଗୁଡିକ ସ୍ୱତନ୍ତ୍ର ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯାଉଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନିଷିଦ୍ଧ ହୋଇଛି । ଯେଉଁ ପ୍ରଶ୍ନପତ୍ର ସୋସିିଆଲ ମିଡିଆରେ ବୁଲୁଛି ତାହା ପୁରୁଣା ବୋଲି ମନ୍ତ୍ରୀ କହିଥିଲେ । ଭାଇରାଲ ହୋଇଥିôବା ପ୍ରଶ୍ନପତ୍ର ମେଳ ଖାଇଲେ ଏହାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*