ପ୍ରସିଦ୍ଧ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହିନ୍ଦୀ ସିନେମା ଦୁନିଆରେ ସଫା ସୁତୁରା ପାରିବାରିକ କାହାଣୀ ଓ ଶୃତି ମଧୁର ସଂଗୀତ ସହ ସମସ୍ତଙ୍କ ମନକୁ ପାଇଲା ଭଳି ସିନେମା ତିଆରି କରିଆସିଥିବା ବିଖ୍ୟାତ ଫିଲ୍ମ ପ୍ରଯୋଜକ ରାଜକୁମାର ବଡ଼ଜାତ୍ୟାଙ୍କ ପରଲୋକ ହୋଇଛି । ହିନ୍ଦୀ ସିନେମାକୁ ସବୁଠାରୁ ଅଧିକ ଷ୍ଟାର୍‌ ତାଙ୍କ ବ୍ୟାନର୍‌ ପ୍ରଦାନ କରିଛି । ନୂଆ ନୂଆ କଳାକାର ତଥା ନୂଆ ନିଦେ୍ର୍ଦଶକ ଓ ସଂଗୀତକାରଙ୍କ ସହ ନୂଆ ପ୍ରକାରର କାହାଣୀ ଭେଟିଦେବାର ସାହସ ସେ ରଖୁଥିଲେ । ତା’ସାଙ୍ଗକୁ ଭାରତୀୟ ଲୋକ ସଂଗୀତର ବ୍ୟବହାର ଓ ଆଞ୍ଚଳିକ ଭାଷାରେ ନିର୍ମିତ ହେଉଥିବା ସିନେମାର ବିକାଶ ପାଇଁ ମଧ୍ୟ ତାଙ୍କର ଯୋଗଦାନ ଥିଲା । ସାରାଂଶ ଭଳି ପ୍ରୟୋଗାତ୍ମକ ସିନେମା ହେଉ କିମ୍ବା “ମେନେ ପ୍ୟାର୍‌ କିୟା’ ଭଳି ମୋଡ଼ ପରିବର୍ତ୍ତନର ସିନେମା ସୃଷ୍ଟି ହୋଇଥିଲା ତାଙ୍କର ଦିଗ୍‌ଦର୍ଶନରୁ । ଯୁବ ଅନୁପମ ଖେର୍‌ଙ୍କୁ ବୃଦ୍ଧ ସ୍ୱାଧୀନତା ସଂଗ୍ରାମୀର ଭୂମିକା ଦେବାର ଯେଉଁ ସାହସ ନିଦେ୍ର୍ଦଶକ ମହେଶ ଭଟ୍ଟ ରଖିଥିଲେ, ସେଥିରେ ବଡ଼ଜାତ୍ୟାଙ୍କ ସହମତ ବିଶେଷ କାରଣ ବନିଥିଲା ପରଦାକୁ ସେ ଚରିତ୍ର ଆସିବା ପଛରେ । ସେହିପରି ଅଜଣା ଅଶୁଣା ଥିବା ଜଣେ ନବାଗତ ସଲ୍‌ମାନ୍‌ ଖାଁଙ୍କୁ ନେଇ ସିନେମା କରିବାର ସାହସ ସେ ହିଁ କେବଳ ରଖି ପାରିଥିଲେ । କିଛିଦିନ ତଳେ ତାଙ୍କର ନବୀନତମ ସିନେମା “ହମ୍‌ ଚାର୍‌’ ଏବେ ରିଲିଜ୍‌ ହୋଇଛି । ପିତା ତାରାଚାନ୍ଦ ବଡ଼ଜାତ୍ୟାଙ୍କ ସହ ମିଶି ରାଜକୁମାର ରାଜଶ୍ରୀ ବ୍ୟାନର୍‌କୁ ସଫଳତାର ଶିଖରକୁ ଛୁଅାଁଇବା ଦିଗରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ପିତାଙ୍କ ମୃତୁ୍ୟ ପରେ ରାଜ୍‌ବାବୁ ଭାବେ ପରିଚିତ ରାଜକୁମାର ସେହି ପାରିବାରିକ ବ୍ୟବସାୟର ଧାରାକୁ ବଢ଼ାଇଥିଲେ ଆଗକୁ । ତାଙ୍କ ପୁଅ ସୂରଜ ଏବେ ସେ ଧାରାର ଧ୍ୱଜାଧାରୀ ।

ହମ ଆପକେ ହେ କୌନ, ହମ ସାଥ ସାଥ ହେ, ବିବାହ ଓ ପ୍ରେମ ରତନ ଧନ ପାୟୋ ଭଳି ଅନେକ ପାରିବାରିକ ଡ୍ରାମା ସିନେମାରୁ ଅଜସ୍ର ପ୍ରସଂଶା ସାଉଁଟିଥିବା ପ୍ରସିଦ୍ଧ ଲୋକପ୍ରିୟ ପ୍ରଡୁ୍ୟସର ତଥା ରାଜଶ୍ରୀ ପ୍ରଡକ୍ସନର ମାଲିକ ରାଜକୁମାର ବଡଜାତ୍ୟାଙ୍କର ଗୁରୁବାର ସକାଳେ ପରଲୋକ ଘଟଛି । ସେ ମୁମ୍ବାଇର ଏଚ.ଏନ. ରିଲାଏନ୍ସ ହସ୍ପିଟାଲରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜଶ୍ରୀ ପ୍ରଡକ୍ସନରୁ ଟ୍ୱିଟର ମାଧ୍ୟମ ତାଙ୍କ ମୃତୁ୍ୟ ଖବର ଶୁଣିବାକୁ ମିଳିଛି । ତାଙ୍କ ମୃତୁ୍ୟରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ରାଜକୁମାର ବଡଜାତ୍ୟା ପ୍ରସିଦ୍ଧ ଫିଲ୍ମ ମେକର ସୁରଜ ବଡଜାତ୍ୟାଙ୍କର ପିତା ଥିଲେ ।
ରାଜକୁମାର ବଡଜାତ୍ୟା ବଲିଉଡରେ ପାରିବାରିକ ଡ୍ରାମା ସିନେମା ନିର୍ମାଣ ପାଇଁ ପରିଚିତ ଥିଲେ । ସାରା ବଲିଉଡ ରୋମାଣ୍ଟିକ ସିନେମା ପଛରେ ପଡିଥିବା ବେଳେ ସେ କିନ୍ତୁ ତିଆର କରୁଥିଲେ ସଂସ୍କାରଧର୍ମୀ ସିନେମା । ରାଜକୁମାର ବଲିଉଡର ଏପରି ଜଣେ ପ୍ରଯୋଜକ ଥିଲେ ଯାହାଙ୍କ ସିନେମା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଦେଖିପାରୁଥିଲେ ।
ବଲିଉଡର ଦବଙ୍ଗ ଖାନଙ୍କୁ କିଛି କଳାକାରଙ୍କ ଗଡ ଫାଦର କୁହାଯାଉଥିବା ବେଳେ କିନ୍ତୁ ସଲମାନଙ୍କ ଗଡ ଫାଦର ଥିଲେ ରାଜକୁମାର ବଡଜାତ୍ୟା । କୁହାଯାଏ କି ସଲମାନଙ୍କ କ୍ୟାରିୟର ଗଢିବାରେ ରାଜକୁମାରଙ୍କର ଥିଲା ବଡ ହାତ । ତାଙ୍କର ଅନେକ ହିଟ୍‌ ଫିଲ୍ମର ହିରୋ ସଲାମାନ ଥିଲେ ।
ହିନ୍ଦୀ ସିନେମା ପାଇଁ ତାଙ୍କ ଯୋଗଦାନ ଥିଲା ଅତୁଳନୀୟ । ସେ ୧୯୬୦ରୁ ୧୯୮୦ ପର୍ଯ୍ୟନ୍ତ ଅନେକ ଫିଲ୍ମରେ ସହ-ନିର୍ମାତାର ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ଦ୍ୱାରା ପ୍ରଯୋଜିତ ସୁପର ହିଟ୍‌୍ ଫିଲ୍ମଗୁଡିକ ହେଲା– “ହମ ଆପକେ ହେ କୌନ’, “ମେନେ ପ୍ୟାର କିୟା’, “ହମ ସାଥ୍‌ ସାଥ୍‌ ହୈ’, “ବିବାହ’ ଓ “ମେ ପ୍ରେମ କି ଦିୱାନୀ ହୁଁ’ । ରାଜକୁମାରଙ୍କ ଦ୍ୱାରା ଶେଷ ପ୍ରଯୋଜିତ ରୋମାଣ୍ଟିକ କମେଡି ସିନେମା ହେଉଛି ‘ହମ ଚାର୍‌’ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*