ପ୍ରଶାସନିକ ଅବହେଳାକୁ ନେଇ ପ୍ରବାସୀଙ୍କ ରାସ୍ତାରୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: କଟକ

ପ୍ରଶାସନିକ ଅବହେଳାକୁ ନେଇ ମଙ୍ଗଳବାର ପ୍ରବାସୀ ରାସ୍ତାରୋକ କରିଥିଲେ । ଏହାକୁ ନେଇ ପ୍ରବାସୀ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ପୁଲିସ ଉପସ୍ଥିତିରେ ପ୍ରବାସୀ ଓ ଗ୍ରାମବାସୀ ପରସ୍ପର ଉପରକୁ ଟେକାପଥର ମାଡ କରିବା ଘଟଣାକୁ ନେଇ ଜଗତପୁର ଅଞ୍ଚଳରେ ଉତ୍ତେଜେନା ଦେଖା ଦେଇଥିଲା । ଶେଷରେ ପୁଲିସର ହସ୍ତକ୍ଷେପ ଫଳରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ସୋମବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ଓ ଗୁରୁରାଟରୁ ୩୦ରୁ ଊଦ୍ଧ୍ୱର୍ ପ୍ରବାସୀ ଜଗତପୁର ଅଞ୍ଚଳରେ ଓହ୍ଲାଇଥିଲେ । କେନ୍ଦ୍ରାପଡା ଅଞ୍ଚଳର ପ୍ରବାସୀମାନେ ନିଜ ବାସସ୍ଥାନକୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ସେମାନେ ଜଗତପୁର ଥାନାକୁ ଯାଇ ସହାୟତା ମାଗିଥିଲେ । ପୁଲିସ ପ୍ରବାସୀଙ୍କ ଗନ୍ତବ୍ୟସ୍ଥଳକୁ ଯିବାର କୌଣସି ବ୍ୟବସ୍ଥା କରିନଥିଲା । ଏଥିସହିତ ଭୋକିଲା ପ୍ରବାସୀଙ୍କୁ ଖାଦ୍ୟ ଦେଇନଥିଲା । ଏହାକୁ ନେଇ ପ୍ରବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କୁ ଥାନାରେ ପହଞ୍ଚôବାକୁ କୁହାଯାଇଥିଲା । ଏହାପରେ ପ୍ରବାସୀମାନେ ଥାନାରେ ପହଞ୍ଚô ସହାୟତା ଯୋଗାଇବାକୁ ନିବେଦନ କରିଥିଲେ । ତେବେ ପ୍ରବାସୀମାନେ ନିରାଶ ହେବା ପରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଧାରଣା ଦେଇଥିଲେ । ଫଳରେ ଏହି ରାସ୍ତାରେ ଯାନବାହାନ ଯାତାୟତ କରିପାରିନଥିଲା । ରାସ୍ତାରୋକକୁ ସ୍ଥାନୀୟ ତୋରଳ ଗ୍ରାମବାସୀ ବିରୋଧ କରିଥିଲେ । ଫଳରେ ଗ୍ରାମବାସୀ ଓ ପ୍ରବାସୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଉତ୍ତେଜେନା ଦେଖାଦେଇଥିଲା । ଉତ୍ତେଜିତ ଗ୍ରାମବାସୀ ଓ ପ୍ରବାସୀ ପରାସ୍ପର ଉପରକୁ ଟେକାପଥର ମାଡ କରିଥିଲେ । ପୁଲିସ ପହଞ୍ଚô ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା । ପରେ ପୁଲିସ ପ୍ରବାସୀଙ୍କୁ ନିକଟରେ ଥିବା କ୍ୱାରେଣ୍ଟାଇନ ହଲରେ ରଖି ଖାଦ୍ୟପାନୀୟ ଦେଇଥିଲା । ସେମାନଙ୍କୁ ଛାଡିବାକୁ ଗାଡି ବ୍ୟବସ୍ଥା କରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*