ପ୍ରମାଣ ମାଗୁଛନ୍ତି ମମତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଲକାତା
ପୁଲୱାମା ଘଟଣା ପରେ ବଦଳି ଯାଉଛି ଭାରତୀୟ ରାଜନୀତିର ଚିତ୍ର । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍‌ ଜବାନ ପ୍ରାଣ ହରାଇବା ପରେ କିଛି ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛାତିର ଚଉଡା ମାପିବାକୁ ଚାହିଁଥିଲେ । ଉଦେ୍ଦଶ୍ୟ ଥିଲା ପ୍ରଧାନମନ୍ତ୍ରୀଙ୍କୁ ଛିଗୁଲାଇବା ପାଇଁ । ବିଶେଷ କରି କଂଗ୍ରେସ ନେତାମାନେ କେବେ ବି ଭାବି ନଥିଲେ ଯେ, ଭାରତ ପାକିସ୍ତାନ ବିରୋଧରେ ପୁଲୱାମା ଆକ୍ରମଣର ତ୍ରୟୋଦଶ ଦିନ ଅଚାନକ ଭାରତ ପାକିସ୍ତାନ ସୀମା ଭିତରକୁ ଯାଇ ଜୈଶ ଇ ମହମ୍ମଦ ଆ‡ା ଉପରେ ବୋମା ମାଡ କଲା । କିଛି ସମୟ ପାଇଁ ବିରୋଧୀ ଦଳର ମୁହଁରେ ପଡିଗଲା ତାଲା । ୨୦୦୧ ମସିହାରେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ । ସାରା ଦେଶ ଚାହିଁଥିଲା ପାକିସ୍ତାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ । ମାସେ କାଳ ପରାକ୍ରମ ଅଭିଯାନ ପାଇଁ ସୀମାନ୍ତଙ୍କୁ ସେନା ପଠାଗଲା । କିନ୍ତୁ ବାଜପେୟୀ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ନାହିଁ । ୨୦୦୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ଥାଆନ୍ତି କଂଗ୍ରେସର ମନମୋହନ ସିଂ । ପାକ୍‌ ଆତଙ୍କବାଦୀମାନେ ମୁମ୍ବାଇରେ ଆତଙ୍କ ଖେଳାଇ ଦେଲେ । ୩୦୦ ରୁ ଅଧିକ ଲୋକ ପ୍ରାଣ ହରାଇଲେ । କିନ୍ତୁ କଂଗ୍ରେସ କିମ୍ବା ମନମୋହନ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କଲେନାହିଁ । ତେଣୁ କଂଗ୍ରେସ ଭାବିନେଇଥିଲା ଯେ, ମୋଦୀ ମଧ୍ୟ ତୁମ୍ବିତୋଫାନ କରିବେ କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ମାତ୍ର ମୋଦୀଙ୍କ କୁଟନୀତି ଏବଂ ଇଚ୍ଛାଶକ୍ତି ବଳରେ ଭାରତୀୟ ବାୟୁସେନା ପ୍ରଚନ୍ଦ ଆତ୍ମବିଶ୍ୱାସର ନମୁନା ରଖି ବାଲାକୋଟ୍‌ ପରି ଜୈଶେର ହେଡକ୍ୱାଟର ଉପରେ ବୋମା ମାଡ କରି ଫେରିଆସିଲା ।
ସାରା ଦେଶର ରାଜନୈତିକ ମାହୋଲ ବଦଳିଗଲା । ପୁଣି ଉଠିଲାଣି ମୋଦୀ ମୋଦୀ ସ୍ୱର । ବିରୋଧୀ ଦଳ ନା ମୋଦୀଙ୍କୁ ଏଭଳି ନିଷ୍ପତ୍ତି ପାଇଁ ପ୍ରଶଂସା କରିପାରୁଛନ୍ତି ନା ସମାଲୋଚନା । କେବଳ ୧୭ ଦଳିଆ ବିରୋଧୀ ଦଳ ସର୍ବଦଳୀୟ ବୈଠକରେ କାହିଁକି ମୋଦୀ ରହିଲେ ନାହିଁ ବୋଲି ପାଟି କରିଥିଲେ । କିନ୍ତୁ ପାକ୍‌ କବ୍‌ଜାରେ ଥିବା ପାଇଲଟ ଅଭିନନ୍ଦନ ବର୍ତ୍ତମାନଙ୍କୁ ଗୋଟିଏ ଦିନ ଭିତରେ ଛଡେଇ ଆଣିବାରେ ଭାରତର କୂଟନୀତି ସଫଳ ହେବା ପରେ ବିରୋଧୀ ଦଳର ଅକଲ ଗୁଡୁମ୍‌ ହୋଇଯାଇଛି । ଅବଶ୍ୟ କଂଗ୍ରେସର ସିଦ୍ଧୁ ପରି କେତେକ ନେତା ଇମ୍ରାନ ଖାଁଙ୍କର ପ୍ରଶଂସା କରୁଛନ୍ତି ।
ତେବେ ସବୁ ବିରୋଧୀ ନେତା ଭିତରୁ ଭାରତର ଏଭଳି କାର୍‌ନାମାକୁ ନେଇ ଭାରି ବିବ୍ରତ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ରାଜ୍ୟରେ ଭାଜପା ଠାରୁ କଡ଼ା ବିରୋଧର ସମ୍ମୁଖିନ ହେଉଛି ତୃଣମୂଳ କଂଗ୍ରେସ । ପୁଲୱାମା, ବାଲକୋଟ୍‌,ଅଭିନନ୍ଦନ ମମତାଙ୍କ ଆଶାକୁ ବଡ଼ ଝଟକା ଦେଇଛି । ସାରା ପଶ୍ଚିମବଙ୍ଗରେ ଏବେ ମୋଦୀ ଲହର ସୃଷ୍ଟି ହେବାକୁ ଯାଉଥିବାରୁ ହଠାତ୍‌ ମମତା ମାଗିଛନ୍ତି ବାଲକୋଟ୍‌ ଆକ୍ରମଣର ସବୁତ୍‌ । କହିଛନ୍ତି ଭାରତୀୟ ବାୟୁସେନା ବାଲକୋଟ୍‌ ଆତଙ୍କୀ ଆ‡ା ଉପରେ ଆକ୍ରମଣ କରିଥିବାର କି ପ୍ରମାଣ ଅଛି? ସରକାର କ’ଣ କ୍ଷୟକ୍ଷତି ହୋଇଛି, କେତେ ମରିଛନ୍ତି ତାହାର ପ୍ରମାଣ ଦେଉ । ମମତାଙ୍କ ଏଭଳି ବୟାନ ତାଙ୍କ ଭୟକୁ ଦର୍ଶାଉଛି ।
ସେନାବାହିନୀର ତିନି ଅଙ୍ଗ ସାମ୍ବାଦିକମାନଙ୍କୁ ଜଣାଇ ଦେଇଛନ୍ତି ଯେ, ୨୬ ତାରିଖରେ କରାଯାଇଥିବା ଆକ୍ରମଣ ସଫଳ ହୋଇଛି । ଏହାର ପ୍ରମାଣ ମଧ୍ୟ ଅଛି । ସରକାର ଯେତେବେଳେ ଚାହିଁବେ ସେତେବେଳେ ଏହାକୁ ସାର୍ବଜନୀନ କରିପାରିବେ ।
ବାୟୁସେନା ଏଭଳି ସଫଳ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇସାରିଛି । ଏ ପର୍ଯ୍ୟନ୍ତ ପାକ୍‌ ପ୍ରଧାନମନ୍ତ୍ରୀ ବାଲକୋଟ୍‌କୁ ନେଇ କିଛି କହିନାହାଁନ୍ତି । ପାକିସ୍ତାନର ରେଳମନ୍ତ୍ରୀ ଆକ୍ରମଣକୁ ସ୍ୱୀକାର କରି ନ୍ୟାସନାଲ ଆସେମ୍ବ୍ଲିରେ ବୟାନ ଦେଇସାରିବା ପରେ ମମତା ପ୍ରମାଣ ଖୋଜିବା ବାସ୍ତବିକ ବିରୋଧୀ ଦଳ କେତେ ଛାନିଆ ତାହା ସୂଚାଇ ଦେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*