ପ୍ରଭାବ ପକାଇଲା ନାହିଁ ମାନ୍ଦାବସ୍ଥା ଓ ବାଣିଜି୍ୟକ ଲଢେଇ ସିଙ୍ଗଲ୍ସ ଡେ’ ସେଲରେ ଅଲିବାବା ବିକିଲା ୨.୭୨ଲକ୍ଷ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବେଜିଂ

ଚୀନର ଇକମର୍ସ କମ୍ପାନୀ ଅଲିବାବା ନିଜର ସିଙ୍ଗଲ୍ସ ଡେ’ ଇଭେଣ୍ଟରେ ପାଖାପାଖି ୨.୭୨ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିକି୍ର ନୂଆ ରେକର୍ଡ ହାସଲ କରିଛି । ଆମେରିିକା ଏବଂ ଚୀନ ମଧ୍ୟରେ ବଢୁଥିବା ବାଣିଜି୍ୟକ ଲଢେଇ ଏବଂ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥାର ଚିନ୍ତା ସତ୍ତ୍ୱେ ଅଲିବାବା ଏହି ଧମାକାଦାର ରେକର୍ଡ ହାସଲ କରିଛି । ସୂଚନା ଯୋଗ୍ୟ ଯେ, ଜ୍ୟାକ ମା ଅଧ୍ୟକ୍ଷ ପଦରୁ ହଟିବା ପରେ ଏହା କମ୍ପାନୀର ପ୍ରଥମ ସିଙ୍ଗଲ୍ସ ଡେ’ ଇଭେଣ୍ଟ ଥିଲା ।
ବାଣିଜି୍ୟକ ଲଢେଇ କାରଣରୁ ବିଶ୍ୱ ବଜାରର ନଜର ଅଲିବାବାର ଏହି ସେଲ୍‌ ଉପରେ ରହିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବାର୍ଷିକ ଆଧାରରେ ବିକି୍ରରେ ୨୫.୭ପ୍ରତିଶତର ବୃଦ୍ଧି ଘଟିଛି । ନୂଆ ଉତ୍ପାଦ ବିକି୍ର ନୂଆ ଗ୍ରାହକଙ୍କୁ ଯୋଡିବାରେ ମଧ୍ୟ ଆମକୁ ସଫଳତା ମିଳିଛି । ବିକି୍ର ଆରମ୍ଭର ଏକ ମିନିଟ୍‌ ୮ସେକେନ୍ଦରେ ୧୦୦କୋଟି ଡଲାର ଛୁଇଁଥିଲା କାରବାର । ପ୍ରଥମ ଘଣ୍ଟାରେ ଏହା ୮୪ଅରବ ୟୁଆନ୍‌ରେ ପହଞ୍ଚôଥିଲା । ଗତବର୍ଷ ଏହି ଇଭେଣ୍ଟର ପ୍ରଥମ ଘଣ୍ଟାରେ ବିକି୍ର ପରିମାଣ ଥିଲା ୬୯ଅରବ ୟୁଆନ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*