ପ୍ରବାସୀ ପଞ୍ଜିକରଣ ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ପ୍ରବାସୀମାନେ ନିଜ ରାଜ୍ୟକୁ ଆସିବା ପାଇଁ ପଞ୍ଜିକରଣ କରିବା ବାଧ୍ୟତାମୂଳକ, କିନ୍ତୁ ଏଥିପାଇଁ ହେଉଥିବା ପଞ୍ଜିକରଣରେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହଁ । ଆଧାରକାର୍ଡ଼ ବ୍ୟତିତ ଅନ୍ୟ କାଗଜ ପତ୍ର ଦେଇପାରିବେ ପ୍ରବାସୀ ଓଡ଼ିଆ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହିପରି ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।
ସୂଚନାଯୋଗ୍ୟ କରୋନା ମହାମାରୀ ସତର୍କତା ପାଇଁ ସାରା ଦେଶ ଓ ରାଜ୍ୟରେ ଲକ୍ଡ଼ାଉନ ବ୍ୟବସ୍ଥା ଜାରି କରାଯାଇଛି । ଏନେଇ ବହୁ ପ୍ରବାସୀ ଓଡ଼ିଆ ବାହାର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏଥିସହ ଏମାନଙ୍କ ଆସିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଓ ବସ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟକୁ ଆସିବାକୁ ହେଲେ ସେମାନଙ୍କୁ ରାଜ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ନିୟମ କରାଯାଇଛି । ପଂଜୀକରଣ କରିବା ପାଇଁ ଆଧାରକାର୍ଡ଼ ଆବଶ୍ୟକ ବୋଲି ପୁର୍ବରୁ କୁହାଯାଉଥିବା ବେଳେ ଏବେ ଆଧାର ବାଧ୍ୟତାତା ମୂଳକ ନୁହେଁ ବୋଲି ହାଇକୋର୍ଟ ତାଙ୍କ ନିଦେ୍ର୍ଦଶରେ ଆଜି ସ୍ପଷ୍ଟ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*