ପ୍ରବାସୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ବିରୋଧରେ ଜନସ୍ୱାର୍ଥ ମାମଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୯ ତାରିଖରେ ଏକ ନିଦେ୍ର୍ଦଶନାମା ଜାରି କରିଥିଲେ । ଏହି ନିଦେ୍ର୍ଦଶନାମାକୁ ଓଡ଼ିଶା ହାଇକୋର୍ଟରେ ଦାୟର ଏକ ଜନସ୍ୱାର୍ଥ ମାମଲାରେ ଚ୍ୟାଲେଂଜ କରାଯାଇଛି । ଓଡ଼ିଶା ହାଇକୋର୍ଟ ଆଇନୀଜୀବୀ ରମାକାନ୍ତ ନାୟକଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶନାମାକୁ ଭିତିକରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବାସୀମାନେ ଯାଉଛନ୍ତି । ଏହି ନିଦେ୍ର୍ଦଶନାମାନୁଯାୟୀ ଯେଉଁ ମାନଙ୍କର ଲକ୍ଷଣ ନଥିବା ସେମାନଙ୍କର କେବଳ ସ୍କି୍ରନିଂ କରାଯାଇ ଟ୍ରେନ କିମ୍ବା ବସ୍ ଯୋଗେ ଯାଇପାରିବେ । ଇନ୍ଦିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ କହିବା ଅନୁଯାୟୀ କୋଭିଡ଼-୧୯ରେ ୮୦ ପ୍ରତିଶତ ରୋଗୀ ଲକ୍ଷଣ ବିହିନ ଓ ଏମାନେ କରୋନା ଭୁତାଣୁ ସମ୍ପ୍ରସାରଣ କରିବାର ସମ୍ଭାବନା ରହିଛି । ଏପରିସ୍ଥଳେ ଲକ୍ଷଣନଥିବା ଲୋକଙ୍କୁ ଇନ୍ଦିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ମୁତାବକ ର୍ୟାପିଡ଼ ଡ଼ାଇଗ୍ନୋଷ୍ଟିକ ଟେଷ୍ଟରେ କୋଭିଡ଼-୧୯ର ଲକ୍ଷଣ ବିହିନ ରୋଗୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ଥିବା ବେଳେ କେବଳ ସ୍କି୍ରନିଂ କରାଯାଇ ଅଣାଯିବା କେତେ ଦୁର ଆଇନସଂଗତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହାବ୍ୟତିତ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ବସ୍ରେ ଏକାସଙ୍ଗେ ୫୦ରୁ ୬୦ ପ୍ରବାସୀଙ୍କୁ ଅଣାଯାଉଥିବା ବେଳେ ଏହା କିଭଳି ସାମାଜିକ ଦୁରତ୍ୱକୁ ରକ୍ଷା କରୁଛି । ଗାଁ ଗନ୍ଦାକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ସଂଗରୋଧରେ ରଖାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶନାମାରେ କୁହାଯାଇଥିବା ବେଳେ ଏହା ସମ୍ପୁର୍ଣ୍ଣ ଅବାସ୍ତବ ବୋଲି ଆଇନଜୀବୀ ଶ୍ରୀ ନାୟକ ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି ନିଦେ୍ର୍ଦଶନାମାର ପରିବର୍ତନ କରାଯିବାକୁ ସେ ତାଙ୍କ ଆବେଦନରେ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ସଚିବ ଓ ରାଜ୍ୟ ସରକାରଙ୍କୁ ପକ୍ଷଭୂକ୍ତ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*