ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ଶୁଭାରମ୍ଭ ଓଡ଼ିଶାର ସମସ୍ତ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ନିର୍ଭୁଲ ଭାବେ ଦିଲ୍ଲୀ ପଠାନ୍ତୁ ରାଜ୍ୟ ସରକାର : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବୌଦ୍ଧ

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆଜି ଓଡିଶାର ଚାଷୀମାନେ ମଧ୍ୟ ଲାଭ ପଇବାକୁ ଯାଉଛନ୍ତି । ଓଡିଶା ସରକାର ପ୍ରାରମ୍ଭରେ କାଳିଆ ଯୋଜନା କରି ପିଏମ କିଷାନ ଯୋଜନାକୁ ରାଜ୍ୟରେ ଲାଗୁ କରେଇବା ପାଇଁ ଅମଙ୍ଗ ହେଇଥିଲେ । କିନ୍ତୁ ସାହାସ ଥିଲେ ନରେନ୍ଦ୍ର ମୋଦିଙ୍କ ପଇସାକୁ ଓଡିଶାର ଚାଷୀମାନଙ୍କୁ ବନ୍ଦ କରି ଦେଖାଅ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା । ଏବେ ଓଡିଶା ସରକାର ଦିଲ୍ଲୀକୁ ୯ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଚାଷୀଙ୍କ ତାଲିକା ଅଛି, ତେବେ କାହିଁକି ୯ ଲକ୍ଷ ତାଲିକା ପଠାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ଓଡିଶାର ଭୂମିହୀନ ଚାଷୀଙ୍କୁ ବାଦ୍ ଦେଲେ ସମସ୍ତ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ନିର୍ଭୁଲ ଭାବେ ଜମିବାଡି ପ୍ରମାଣ ଏବଂ ବ୍ୟାଙ୍କ ୍ ଖାତା ସହ ଦିଲ୍ଲୀକୁ ପଠାଇବାକୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ବୌଦ୍ଧର କଂଟାମାଳଠାରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରବିବାର ଉତ୍ତରପ୍ରଦେଶର ଗୋରଖପୁର ଠାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ସିଧାସଳଖ ଟଙ୍କା ଦେବାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଓଡିଶାରୁ ୯ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ ପଠାଯାଇଛି । କିନ୍ତୁ ୯ ଲକ୍ଷ କାହିଁକି, ନବୀନ ବାବୁ କାଳିଆ ଯୋଜନାରେ ୫୦ ଲକ୍ଷ ଲୋକଙ୍କୁ ଲାଭ ଦେବା କଥା କହିଲେ । ଆରମ୍ଭରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ୧୨ ଲକ୍ଷ ଚାଷୀଙ୍କୁ ଟଙ୍କା ପଠାଇବାର ଦାବୀ କଲେ । ତା ହେଲେ ଦିଲ୍ଲୀ ସରକାରଙ୍କୁ ଟାଳଟୁଳ ନୀତି ଅବଲମ୍ବନ ସରକାର କାହିଁକି କରୁଛନ୍ତି । ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଲୋକଙ୍କ ତାଲିକା ଅଛି, ତେବେ କାହିଁକି ୯ ଲକ୍ଷ ତାଲିକା ପଠାଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ୯-୧୨ର ହିସାବ କାଳିଆ ଯୋଜନାର ହିତାଧିକାରୀ ତାଲିକା ନେଇ ସନେ୍ଦହ ଦେଖାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶା ସରକାର କହିଲେ କାଳିଆ ରଥ ଅଟକିବ ନାହିଁ । ମାତ୍ର ବଜେଟରେ ପଇସା ନାହିଁ । ପକେଟରେ ଧନ ନାହିଁ, ଯାତ୍ରା ଦେଖିବାକୁ ଭାରି ମନ ବୋଲି ସେ ତାତ୍ସଲ୍ୟ କରିଛନ୍ତି । କାଳିଆ ଯୋଜନାରେ ପ୍ରଥମେ ୧୨ ଲକ୍ଷ ତାଲିକା ରଖିଦିଆଗଲା । ପରେ ଗଣମାଧ୍ୟମରେ ଯୋଜନାରେ ମନ୍ତ୍ରୀ, ବିଧାୟକଙ୍କ ସମ୍ପର୍କୀୟ ଓ ସରକାରୀ କର୍ମଚାରୀଙ୍କ ନାଁଥିବା ଗଣମାଧ୍ୟମରେ ପ୍ରକାଶ ପାଇଲା । କାଳିଆ ଯୋଜନା ଥିଲାବାଲା ନା ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହାକୁ ଓଡିଶା ସରକାର କାଳବିଳମ୍ବ ନକରି ୪୫ ଲକ୍ଷ ଲୋକଙ୍କର ନିର୍ଭୁଲ ତାଲିକା ଜମିବାଡି ପ୍ରମାଣ ଏବଂ ବ୍ୟାଙ୍କ ୍ ଖାତା ସହ ଦିଲ୍ଲୀ ପଠାଇଦିଅନ୍ତୁ ବୋଲି ଆମର ଦାବୀ ଅଛି । ଭୂମିହୀନ, କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସଂଖ୍ୟା ୫୦ ଲକ୍ଷ ବୋଲି ରାଜ୍ୟ ସରକାର ଦାବୀ କରୁଥିବା ବେଳେ ୬୭ ଲକ୍ଷ ଫର୍ମ କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଡିଓ, ସରପଂଚ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଭତା ଦେଲୋ ବେଲେ ପିସି ହେଉଛି । ଏହା ଅର୍ଥ କାଳିଆ ଯୋଜନାରେ ଯେଉଁମାନେ ଲାଭ ପାଇବେ ସେମାନଙ୍କୁ ସରପଂଚ, ବିଡିଓ ଓ ଅଧିକାରୀମାନେ ମଞ୍ଜୁରୀ ଦେଲେ ଚାଷୀଙ୍କୁ ଯାଇ ଲାଭ ମିଳିବ । ବିକଳ୍ପରେ ତାଲିକା ଦେଲେ ସିଧସଳଖ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବା ନରେନ୍ଦ୍ର ମୋଦିଙ୍କ ଯୋଜନା । ଏହାର ତଦାରଖର ଆବଶ୍ୟକତା ନାହିଁ । ଆଜି ଏକ ସାଙ୍କେତିକ ଯୋଜନା ନାଁରେ ଓଡିଶାର ଚାଷୀ ମାନଙ୍କୁ ବଂଚିତ କରିବାର ଚେଷ୍ଟା କରାଯାଉଛି । ନରେନ୍ଦ୍ର ମୋଦି ଓ ଓଡିଶା ଚାଷୀଙ୍କ ମଧ୍ୟରେ ବ୍ୟବଧାନ ତିଆରି କରନ୍ତୁ ନାହିଁ ବୋଲି ସରକାରଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।
ବୌଦ୍ଧ ଅଂଚଳରେ ପିଇବା ପାଣିର ସମସ୍ୟା ଦେଖାଯାଇଛି । ୧୯ ବର୍ଷରେ ଯେଉଁ ସରକାର ପଇବା ପାଣି ଦେଇନାହିଁ ସେ ସରକାର ଚାଷୀଙ୍କ ବିକାଶ କଥା କହୁଛି । ଏ ଅଂଚଳରେ ୨୪ ଘଂଟା ବିଜୁଳି ନାହିଁ, ରାଜ୍ୟରେ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ନାହିଁ, ଶିକ୍ଷକଙ୍କୁ ପଇସା ଦେବାକୁ ପଇସା ନାହିଁ । ଓଡିଶାର ବିକାଶ ବାଟବଣା ହୋଇଗଲାଣି । ଓଡିଶାର ବିକାଶ ସମ୍ବେଦନହାନ, ଦୁିର୍ନୀତିଗ୍ରସ୍ତ, ମିଛୁଆ ସରକାର ହାତରେ ଅଛି । ପୂର୍ବରୁ ଓଡିଶା ରେଳବାଇର ବିକାଶ ପାଇଁ ଟଙ୍କା ଆସୁଥିବା ବେଳେ ମୋଦିଙ୍କ ସରକାରରେ ପର୍ଯ୍ୟାପ୍ତ ଟଙ୍କା ଆସିଛି । କିନ୍ତୁ ରାଜ୍ୟ ସରକାର ଜମିଯୋଗାଇ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*