ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବରୀ

ବରୀ ବ୍ଲକ ସଭାଗୃହ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ଭାବେ ଆବାସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ଆବାସ ବଣ୍ଟନ ପାଇଁ ଆୟୋଜିତ ସଭାରେ ବରୀ ବ୍ଲକ୍ର ବ୍ଲକ୍ ଉନ୍ନୟନ ଅଧିକାରିଣୀ ଶୁଭଶ୍ରୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟାଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସୁନନ୍ଦା ଦାସ, ଅନ୍ୟତମ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁବାସିନି ନାଥଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଓ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ । ଠିକ୍ ସମୟରେ ଆବାସ ସମ୍ପୂର୍ଣ୍ଣ କଲେ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦେବା ସହିତ ହିତାଧିକାରୀମାନଙ୍କୁ ବ୍ଲକ୍ ଦୌଡିବାକୁ ପଡିବ ନାହିଁ, ତାଙ୍କ ପାଖରେ ପଞ୍ଚାୟତ ଅଧିକାରୀ ପହଞ୍ଚô ଅର୍ଥ ପଇଠ କରିବାର ସୁବନେ୍ଦାବସ୍ତ କରାଯିବ ବୋଲି ଶ୍ରୀମତୀ ତ୍ରିପାଠୀ କହିଥିଲେ । ଏହି ଅବସରରେ ୬୯୧ ଜଣ ହିତାଧିକାରୀଙ୍କୁ ବିଧାୟିକା ଓ ଅଧ୍ୟକ୍ଷା କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏ ବିଷୟରେ ବ୍ଲକ୍ ଅଧ୍ୟକ୍ଷାଙ୍କ ମତାମତ ନେବାରୁ ବ୍ଲକ ଉନ୍ନୟନ ଅଧିକାରିଣୀ ତାଙ୍କ ସହ କୌଣସି ଆଲୋଚନା ନକରି ଏକତରଫା ଭାବେ ନିଷ୍ପତ୍ତି ନେବା ସହିତ କେବଳ ଚିଠି ଦ୍ୱାରା ଲୋକ ପ୍ରତିନିଧିମାନଙ୍କୁ ଅବଗତ କରାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*