ପ୍ରଦେଶ କଂଗ୍ରେସ ଶିକ୍ଷକ ପ୍ରକୋଷ୍ଠର ସାଧାରଣ ଅଧିବେଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରବିବାର ରାଜ୍ୟ କଂଗ୍ରେସ ଭବନ ପରିସର ମଧ୍ୟରେ ପ୍ରଦେଶ କଂଗ୍ରେସ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ ବରାଳଙ୍କ ସଭାପତିତ୍ୱରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ଶତାଧିକ ପ୍ରତିନିଧି ଯୋଗଦେଇଥିଲେ । ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଓ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ । ବୈଠକରେ ପ୍ରାରମ୍ଭରେ ଅମର ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପରେ ସାଧାରଣ ସଂପାଦକ ରମାକାନ୍ତ ମହାପାତ୍ର ବୈଠକର ଉଦେ୍ଦଶ୍ୟ ଜ୍ଞାପନ କରିବା ସହ ରାଜ୍ୟର ଶିକ୍ଷକ ଓ କର୍ମ·ରୀମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପସ୍ଥାପନ କରିଥିଲେ । ଓଡ଼ିଶାର ସମସ୍ତ ସ୍ୱୀକତିପ୍ରାପ୍ତ ଶିକ୍ଷାନୁଷ୍ଠାନ ମାନଙ୍କୁ ସରକାରୀ କରଣ କରିବା ସହ ଅବସର ପାଇଥିବା ଓ ପାଇବାକୁ ଥିବା ସମସ୍ତ କର୍ମ·ରୀମାନଙ୍କୁ ପେନ୍ସନ ପ୍ରଦାନ, ଶିକ୍ଷା ବର୍ଷ ଆରମ୍ଭରୁ ଖାଲିପଡ଼ିଥିବା ସମସ୍ତ ପଦବୀ ପୂରଣ, କର୍ମ·ରୀମାନଙ୍କର କ୍ୟାଡ଼ର, ପଦୋନ୍ନତି ଓ ବଦଳି କାର୍ଯ୍ୟକ୍ରମ ନିର୍ଦ୍ଧାରଣ, ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଶିକ୍ଷକମାନଙ୍କର ଭିନ୍ନ ଭିନ୍ନ ନାମକରଣକୁ ଉଛେଦ, ବେକାରୀ ବିଇଡି ଓ ତାଲିମପ୍ରାପ୍ତ ଶିକ୍ଷକମାନଙ୍କର ମେରିଟ ଲିଷ୍ଟ ପ୍ରସ୍ତୁତ କରି ସେଥିରୁ ପ୍ରତିବର୍ଷ ନିଯୁକ୍ତି ଦିଆଯାଉ । ·କିରିର ମୂଳ ନିଯୁକ୍ତିକୁ ହିସାବକୁ ନେଇ ୧:୧ ହାରରେ ଆରଏସିପି ପ୍ରଦାନ କରାଯାଉ । ସଂଗଠନର ଅନ୍ୟତମ ସାଧାରଣ ସଂପାଦକ ତଥା ଯୁବନେତା ଅଧ୍ୟାପକ ସଂଜୀବ ମହାନ୍ତି କହିଥିଲେ ଯେ, କଂଗ୍ରେସକୁ ବଳିଷ୍ଠ କରିବା ପାଇଁ କଂଗ୍ରେସ ଶିକ୍ଷକ ସେଲ ପ୍ରତି ପଂଚାୟତ ସ୍ତରରୁ ରାଜ୍ୟ ସରକାରଙ୍କର ଜନବିରୋଧି ନୀତି ଓ କେନ୍ଦ୍ର ସରକାରଙ୍କର ସମ୍ବିଧାନ ବିରୋଧି ମନୋଭାବ ବିରୋଧରେ ଜନସଚେତନତା ସୃଷ୍ଟି କରାଯିବ । ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଶିକ୍ଷକ ଜାତି ସମାଜର ଜାଗ୍ରତ ପ୍ରହରୀ । ସମାଜକୁ ଉଜୀବିତ କରି ଗଢ଼ିତୋଳିବାରେ ଅତୀତରେ ଶିକ୍ଷକ ସମାଜ ନେତୃତ୍ୱ ନେଇଛି, ଏବେ ବି ନେଉଛି, ଭବିଷ୍ୟତରେ ବି ନେବ । ସମାଜର ପରିବର୍ତ୍ତନରେ ଶିକ୍ଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସ କ୍ଷମତାକୁ ଆସିଲେ ଅବିଳମ୍ବେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ ଶିକ୍ଷକମାନଙ୍କର ସମସ୍ୟାକୁ ଦୂରିଭୂତ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ବୈଠରେ ଶିକ୍ଷକ ନେତା ଡ. ଅଶୋକ ବେହେରା, ବିପ୍ରବର ସାହୁ, ରାଜକିଶୋର ଜେନା, ବିଂରଚି ନାରାୟଣ ମନ୍ଦଳ, ଗୋଦାବରିଶ ପାଇକରାୟ, ବୈକୁଣ୍ଠ ବିହାରୀ ନାୟକ ଓ ହିଂମାଶୁ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*