ପ୍ରଥମ ରାଜ୍ୟ ସଂଘ ଭାବେ ଉତ୍ତରାଖଣ୍ଡ କ୍ରିକେଟରଙ୍କୁ ଦେଲା ବାର୍ଷିକ ଚୁକ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତର ଖେଳାଳିମାନଙ୍କ ଲାଗି ବାର୍ଷିକ ଚୁକ୍ତିର ବ୍ୟବସ୍ଥା କରିଛି । ରାଜ୍ୟ ସଂଘର ଖେଳାଳିମାନେ ଯେଉଁମାନେ ଘରୋଇ କ୍ରିକେଟ ଖେଳୁଛନ୍ତି ସେମାନଙ୍କ ଲାଗି ମଧ୍ୟ ବାର୍ଷିକ ଚୁକ୍ତିର କଥା ନୂଆସଭାପତି ସୌରଭ ଗାଙ୍ଗୁଲୀ ନିକଟରେ କହିଥିଲେ । ହେଲେ ଏଦିଗରେ ଭାରତୀୟ ବୋର୍ଡ କିଛି କରିବା ଆଗରୁ ଉତ୍ତରାଖନ୍ଦ କ୍ରିକେଟ ସଂଘ ନିଜ ରାଜ୍ୟ ଖେଳାଳିମାନଙ୍କ ଲାଗି ବାର୍ଷିକ ଚୁକ୍ତି ଆରମ୍ଭ କରିଛି । କୌଣସି ରାଜ୍ୟ ସଂଘ ପକ୍ଷରୁ ବାର୍ଷିକ ଚୁକ୍ତି କରାଯିବାରେ ଏହା ପ୍ରଥମ ଘଟଣା । ଉତ୍ତରାଖଣ୍ଡର ସିନିୟରମାନଙ୍କୁ ବାର୍ଷିକ ଚୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତା’ସହ ଜୁନିୟର କ୍ରିକେଟରଙ୍କୁ ୧୦ହଜାର ଟଙ୍କା ବୃର୍ତ୍ତି ଭାବରେ ପ୍ରଦାନ ହେବ । ଏଥିସହ ବର୍ଷସାରା ଯେପରି ଉତ୍ତରାଖନ୍ଦର କ୍ରିକେଟର ଅଭ୍ୟାସ କରିପାରିବେ ସେଥିଲାଗି ଭିତ୍ତିଭୂମି ନିର୍ମାଣ ହେବ ବୋଲି ଘୋଷଣା କରାଯାଇଛି । କେବଳ ପୁରୁଷ ନୁହଁନ୍ତି ମହିଳା କ୍ରିକେଟରଙ୍କ ଲାଗି ମଧ୍ୟ ଏହି ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*