ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆର କଡା ଅଭ୍ୟାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ୀ : ବିଶାଖାପାଟଣା
ଟିମ୍ ଇନ୍ଦିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ସିରିଜ ଆରମ୍ଭ ହେବ ଆଗାମୀ ୨୪ତାରିଖରୁ । ପ୍ରଥମେ ଟି-୨୦ ସିରିଜ ଓ ପରେ ଦିନିକିଆ ସିରିଜ ଖେଳାଯିବ । ତେଣୁ ଉଭୟ ଦଳ ବିଶାଖାପାଟଣାରେ ପହଞ୍ଚô ସାରିଲାଣି । ବିଶ୍ୱକପ୍ ପୂର୍ବରୁ ଏହା ଶେଷ ସିରିଜ ହୋଇଥିବାରୁ ପ୍ରସ୍ତୁତିର ଅନ୍ତିମ ରୂପ ଉଭୟ ଦଳକୁ ଚାହିଁବ । ଟିମ୍ ଇନ୍ଦିଆ ଶୁକ୍ରବାର ଏଠାରେ ଅଭ୍ୟାସ ଆରମ୍ଭ କରିଛି । ଅଷ୍ଟ୍ରେଲିଆ ଓ ଟିମ୍ ଇନ୍ଦିଆର ମଧ୍ୟର ଗତ ଦୁଇଟି ଟି-୨୦ ସିରିଜର ଫଳାଫଳ ବାହାରି ପାରିନାହିଁ । ନିର୍ଣ୍ଣାୟକ ଶେଷ ମ୍ୟାଚ ବର୍ଷ ପାଇଲା ଉଭୟ ସିରିଜର ବାତିଲ ହୋଇଯାଇଛି । ନୁ୍ୟଜିଲାନ୍ଦ ସିରିଜର ଦୁଇଟି ମ୍ୟାଚ ଖେଳିବା ବିଶ୍ରାମ ନେଇଥିଲେ ଅଧିନାୟକ ବିରାଟ କୋହଲି । ସେ ଏବେ ଦଳକୁ ଫେରି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ବର୍ଷ ଆରମ୍ଭରୁ ଦମ୍ଦାର ଫର୍ମ ଦେଖାଇଥିବା ଧୋନୀ ବି ପ୍ରଥମ ଦିନ କଡା ଅଭ୍ୟାସ କରିଥିଲେ । ତା ସହ ଉମେଶ ଯାଦବଙ୍କୁ ବି ଦେଖାଯାଇଥିଲା ଅଭ୍ୟାସ କରିବାରେ । ସେ ରଣଜୀ ଟ୍ରଫି ଚମ୍ପିଆନ୍ କରାଇବାରେ ମୁଖ୍ୟ ଭୂମିକା ନେଇଥିବାରୁ ୪ର୍ଥ ପେସର ଭାବେ ତାଙ୍କୁ ବିଶ୍ୱକପ୍ରେ ଦଳରେ ସାମିଲ କରିବା ଆଶାରେ ରହିଛି । ତେଣୁ ଟି-୨୦ ଦଳରେ ତାଙ୍କୁ ରଖାଯାଇଛି । ସେହିପରି ହାଦ୍ରିକ୍ ପାନ୍ଦ୍ୟାଙ୍କ ନଥିବାରୁ ଅଲରାଉନ୍ଦର ଅଭାବ ଦଳ ଅନୁଭବ କରିବ । ତାଙ୍କ ବଦଳରେ ମଧ୍ୟ ଦଳ ଆଉ କାହାକୁ ସୁଯୋଗ ଦେଇନାହିଁ ଟି-୨୦ ସିରିଜ ପାଇଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*