ପ୍ରଥମ ପର୍ଯ୍ୟାୟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ଏକ୍‌ଜିଟ୍‌ ପୋଲ୍‌ ବ୍ୟାନ୍‌ କଲେ ଇସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ରାଞ୍ଚି

ଆସନ୍ତା ନଭେମ୍ବର ୩୦ରେ ଝାଡଖଣ୍ଡର ୧୩ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଗୁରୁବାର ଥିଲା ଏଥିପାଇଁ ପ୍ରଚାରର ଶେଷ ଦିନ । ଏହା ସହ ନିର୍ବାଚନ କମିଶନ ନିର୍ବାଚନ ସମ୍ବନ୍ଧୀୟ ଏକଜିଟ୍‌ ପୋଲ୍‌ ଉପରେ ସାମୟିକ ବ୍ୟାନ୍‌ ଲଗାଇଛନ୍ତି । ଏହି ବ୍ୟାନ୍‌ ନଭେମ୍ବର ୩୦ ସକାଳ ୭ଟାରୁ ତା ପରଦିନ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ମାଧ୍ୟମରେ ଏକଜିଟ୍‌ ପୋଲ୍‌ ପ୍ରକାଶ କରିବା ଅବା ଜାରି ଉପରେ ପ୍ରତିବନ୍ଧକ ରହିବ ବୋଲି ନିର୍ବାଚନ କମିଶନ କହିଛନ୍ତି । ଏହି ବ୍ୟାନ୍‌ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷରେ ଧାର୍ଯ୍ୟ ସମୟ ପାଇଁ ଲାଗିବ ବୋଲି ମଧ୍ୟ ଇସି ସ୍ପଷ୍ଟ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ଭାଜପା ଏବଂ ଗଠବନ୍ଧନ ପ୍ରାର୍ଥୀଙ୍କ ମଧ୍ୟରେ ଗରହ୍ୱା, ଦାଲଟନଗଞ୍ଜ, ବିଶ୍ରାମପୁର, ପାନକି, ମାଣିକ, ଗୁମଲା ଏବଂ ବିଷ୍ଣୁପୁର ନିର୍ବାଚନମନ୍ଦଳୀରେ ସିଧାସଳଖ ଲଢେଇ ହେବ । ଛତ୍ରା ଆସନ ଭାଜପା ପାଇଁ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଏଠାରେ ଦଳ ଜନାର୍ଦ୍ଦନ ପାଶ୍ୱାନଙ୍କୁ ଛିଡା କରାଇଛି, ଯିଏ ନିର୍ବାଚନ ପୂର୍ବରୁ ରାଜଦ ଛାଡିଥିଲେ ।
ନିର୍ବାଚନ ପ୍ରଚାରର ଶେଷ ଦିନରେ ଗୃହ ମନ୍ତ୍ରୀ ଅମିତ୍‌ ଶାହା ଛତ୍ରାଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଥିଲେ । ଯେପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ସେତେବେଳେ ଝାଡଖନ୍ଦର ଅସ୍ତିତ୍ୱ ନଥିଲା । ଆଉ ଭାଜପା ଯେତେବେଳେ ସରକାରକୁ ଆସିଲା, ଏହାର ପ୍ରକୃତରେ ଗଠନ ହୋଇଥିଲା । ଭାଜପା ସରକାର ପ୍ରଥମ ୫ ବର୍ଷରେ ଝାଡଖନ୍ଦରେ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା, ରାସ୍ତାଘାଟ ନିର୍ମାଣ, ଗରିବଙ୍କୁ ଘର, ଶୌଚାଳୟ ଓ କୃଷକଙ୍କୁ ସହାୟତା ଭଳି ବହୁ ଯୋଜନାର ସୁବିଧା ଝାଡଖନ୍ଦବାସୀଙ୍କୁ ପ୍ରଦାନ କରିଛି ବୋଲି ଶାହା କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*