ପ୍ରଥମ ପତ୍ନୀ ଲକଡାଉନରେ ବାପ ଘରେ ଫସିବାରୁ ଦ୍ୱିତୀୟ ବିବାହ କଲେ ସ୍ୱାମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବରେଲି
ଲକଡାଉନ କାରଣରୁ ବରେଲିରେ ନିଜ ବାପ ଘରେ ଫସି ରହିଥିବା ଜଣେ ମହିଳା ସ୍ୱାମୀଙ୍କ ଦ୍ୱିତୀୟ ବିବାହ ନେଇ ଥାନାରେ ମାମଲା ଦାଏର କରିଛନ୍ତି । ଗୁରୁବାର ବରେଲିର ପ୍ରେମନଗର ଥାନାରେ ମହିଳା ଜଣକ ନିଜ ସ୍ୱାମୀ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।
ପୀଡିତା ନସିମ ୨୦୧୩ରେ ନଇମ ମନସୁରୀଙ୍କୁ ବିବାହ କରିଥିଲେ । ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି । ମାର୍ଚ୍ଚ ୧୯ରେ ନଇମ୍‌ ପତ୍ନୀ ନସିିମ ଏବଂ ଦୁଇ ସନ୍ତାନକୁ ନିଜ ଶ୍ୱଶୁର ଘରେ ଛାଡିଥିଲେ । ନଇମ୍‌ଙ୍କ ନିକଟରେ ବଡ଼ ପୁଅ ରହିଥିଲା । ନଇମ୍‌ ନସିମଙ୍କୁ ଖୁବଶୀଘ୍ର ଘରକୁ ଆଣିବାର ଭରସା ଦେଇଥିଲେ । ହେଲେ ୨୨ତାରିଖରେ ଜନତା କର୍ଫୁ୍ୟ ଏବଂ ୨୫ରେ ଦେଶ ବ୍ୟାପି ଲକଡାଉନ୍‌ ପରେ ନସିମ ନିଜ ବାପ ଘରେ ଫସି ରହିଥିଲେ । ଏବେ ନସିମ ଅଭିଯୋଗ କରିଛନ୍ତି ଯେ, ଲକଡାଉନ୍‌ ସମୟରେ ତାଙ୍କ ସ୍ୱାମୀ ସମ୍ପର୍କୀୟ ମାଉସୀଙ୍କ ଝିଅକୁ ବିବାହ କରିଛନ୍ତି । ତିନି ତଲାକ୍‌ ବିରୋଧରେ ଲଢୁଥିବା ମେରା ହକ୍‌ ଫାଉନେ୍ଦସନର ଅଧ୍ୟକ୍ଷା ଫରହତ୍‌ ନକବିଙ୍କ ସହଯୋଗରେ ନସିମ ଏବେ ଥାନାରେ ଏତଲା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*