ପ୍ରଥମ ଥର ଲାଗି ପ୍ରଦୀପ-ଦିବ୍ୟାଦିଶା ଯୋଡ଼ି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୦୧୮ରେ ରିଲିଜ୍‌ ହୋଇଥିବା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଜରିଆରେ ଓଲିଉଡର ଚୁଲୁବୁଲି ନାୟିକା ଦିବ୍ୟାଦିଶା ମହାନ୍ତି ଏଣ୍ଟି୍ର ନେଇଥିଲେ । ଏହାର ନିଦେ୍ର୍ଦଶକ ହେଲେ ଅଶୋକ ପତି । ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଦିବ୍ୟାଦିଶାଙ୍କୁ ଓଲିଉଡର ସୁପରଷ୍ଟାର ବାବୁସାନଙ୍କର ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । ଏଥିରେ ଦିବ୍ୟାଦିଶା ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚିତା ହୋଇଥିଲେ ।
‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ପରେ ଦିବ୍ୟାଦିଶା ଅନ୍ୟ ଏକ ଓଡ଼ିଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ । ଏହି ସିନେମାର ଟାଇଟଲ୍‌ ହେଲା ‘ଫିଲ୍‌ ମାଇଁ ଦିଲ୍‌’ । ଏହି ଫିଲ୍ମରେ ଦିବ୍ୟାଦିଶା ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟକ ସମ୍ବିତଙ୍କ ସହ କାମ କରିଥାନ୍ତେ । ଏହି ସିନେମାର ମହୁରତ୍‌ ବି ଅନୁଷ୍ଠିତ ହୋଇଥିଲା । ମାତ୍ର ତା’ର ସୁଟିଂ ଆରମ୍ଭ ହୋଇପାରିନଥିଲା । ଶୈଳେନ୍ଦ୍ର ମିଶ୍ର ଏହି ସିନେମାର ନିଦେ୍ର୍ଦଶକ ।
ତେବେ ସେ ଯାହା ହେଉନା କାହିଁକି, ଦିବ୍ୟାଦିଶା ଗତ ବର୍ଷ ଅନ୍ୟଏକ ଓଡ଼ିଆ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଯାହା ଏଯାଏଁ ରିଲିଜ୍‌ ହୋଇନାହିଁ । ଏହି ନୂଆ ଓଡ଼ିଆ ସିନେମାର ନାଅାଁ ହେଲା ‘ପ୍ରେମ ଏଟିଏମ୍‌’ । ଏଥିରେ ଦିବ୍ୟାଦିଶାଙ୍କ ନାୟକ ହେଲେ ପ୍ରଦୀପ । ପ୍ରଦୀପ ଇତି ମଧ୍ୟରେ ଦୁଇଟି ଓଡ଼ିଆ ସିନେମା ‘କିଏ ଦବ ଟକ୍କର’ ଓ ‘ବୋବାଲ୍‌ ଟୋକା’ରେ ନାୟକ ଭାବେ ଅଭିନୟ କରିସାରିଛନ୍ତି । ଅପରପକ୍ଷରେ ଦିବ୍ୟାଦିଶାଙ୍କୁ ‘ସୁନ୍ଦରଗଡ଼ ସଲମାନ୍‌ ଖାନ୍‌’, ‘ତୁ କହିଦେ ଆଇ ଲଭ୍‌ ୟୁ’, ‘ମିଷ୍ଟର ମଜନୁ’ ଏବଂ ବାଳ-ଦ ରିଦିମ୍‌ ଅଫ୍‌ ଲଭ୍‌’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*