ପ୍ରଥମ ଥର ବିଦେଶୀ ମୁଦ୍ରା ଭଣ୍ଡାର ୫ଶହ ଅରବ ଡଲାର ଟପିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶର ବିଦେଶୀ ମୁଦ୍ରା ଭନ୍ଦାର ଇତିହାସରେ ପ୍ରଥମ ଥର ପାଇଁ ୫ଶହ ଅରବ ଡଲାର ଅତିକ୍ରମ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜୁନ୍‌ ୫ରେ ଶେଷ ହୋଇଥିବା ସପ୍ତାହ ବେଳକୁ ଭାରତର ବିଦେଶୀ ମୁଦ୍ରା ଭନ୍ଦାର ୮.୨୨ ଅରବ ଡଲାର ବୃଦ୍ଧି ପାଇଁ ୫୦୧.୭୦ ଅରବ ଡଲାରରେ ପହଞ୍ଚିଛି । ୨୯ ମାର୍ଚ୍ଚର ଶେଷ ସପ୍ତାହ ବେଳକୁ ଏହି ପରିମାଣ ୪୯୩.୪୮ ଅରବ ଡଲାର ଥିଲା ।
ଭାରତ ପ୍ରଥମରୁ ବିଦେଶୀ ମୁଦ୍ରା ଭନ୍ଦାର ମାମଲାରେ ଋଷ ଏବଂ ଦ.କୋରିଆ ଠାରୁ ଆଗରେ ଥିଲା । ଏବେ ଚୀନ ଏବଂ ଜାପାନ ପରେ ଭାରତ ଏହି ମାମଲାରେ ୩ୟ ସ୍ଥାନରେ ପହଞ୍ଚିଛି । ଏହି ସୂଚନା ପରେ ମହିନ୍ଦ୍ରା ସମୂହର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଖୁସି ପ୍ରକଟ କରି ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ, ବୃଦ୍ଧି ପାଉଥିବା ବିଦେଶୀ ମୁଦ୍ରା ଭନ୍ଦାରର ଉପଯୋଗ ଦେଶର ଅର୍ଥ ବ୍ୟବସ୍ଥାକୁ ଧାରାକୁ ଫେରିବା ଦିଗରେ ବିନିଯୋଗ ହେବା ଦରକାର । ସେ ମନେ ପକାଇ ଦେଇଥିଲେ ଯେ, ୩୦ବର୍ଷ ତଳେ ଭାରତର ବିଦେଶୀ ମୁଦ୍ରା ଭନ୍ଦାର ଶୂନ ଥିଲା । ସେତେବେଳେ ବିଦେଶରୁ ଆମଦାନୀ ପାଇଁ ଆମକୁ ସୁନା ବନ୍ଧକ କରିବାକୁ ପଡୁଥିଲା । ଏବେ ୩୦ ବର୍ଷ ପରେ ଆମେ ବିଦେଶୀ ମୁଦ୍ରା ଭନ୍ଦାର କ୍ଷେତ୍ରରେ ବିଶ୍ୱର ୩ୟ ସ୍ଥାନରେ ଅଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*