ପ୍ରଥମ ଟ୍ରାଏଲରେ ମୁଁ ଅସଫଳ ହୋଇଥିଲି: ସଚିନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ବିଶ୍ୱ କ୍ରିକେଟର ମହାନ୍‌ ଖେଳାଳି ଭାବେ ପରିଗଣିତ ଭାରତରତ୍ନ ସଚିନ୍‌ ତେନ୍ଦୁଲକର ଶୁକ୍ରବାର ଦିନ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ କଥା ହେଲା ବେଳେ ନିଜ ଜୀବନର ଏକ କମ୍‌ ପ୍ରକାଶିତ କଥା କହିଥିଲେ । ସେ ମଧ୍ୟ ପ୍ରଥମ ପ୍ରୟାସରେ ଅସଫଳ ହୋଇଥିଲେ ବୋଲି କହି ସମସ୍ତଙ୍କୁ କରି ଦେଇଥିଲେ ଚକିତ । ଟେଷ୍ଟରେ ୧୫,୯୨୧ ଏବଂ ଏକଦିବସୀୟରେ ୧୮,୪୨୬ ରନ୍‌ ସ୍କୋର କରିଥିବା ସଚିନ୍‌ ପ୍ରଥମ ଥର ପାଇଁ ଚୟନ ସକାଶେ ଟ୍ରାଏଲକୁ ଯାଇଥିଲା ବେଳେ ତାଙ୍କୁ ବଛା ଯାଇନଥିଲା । ସେହି ଅସଫଳତାକୁ ତାଙ୍କୁ ଅଧିକ ପ୍ରେରିତ କରିଥିଲା ଆହୁରି ଜୋରଦାର ଭାବରେ କ୍ରିକେଟ ଅଭ୍ୟାସ କରିବାକୁ । ମୁଁ ଯେତେବେଳେ ଛାତ୍ର ଥିଲି ମୋ ମନରେ କେବଳ ଗୋଟିଏ କଥା ଥିଲା-କିପରି ଭାରତ ପାଇଁ ଖେଳିବି । ୧୧ ବର୍ଷ ବୟସରେ ମୋର ସେହି ଯାତ୍ରା ଆରମ୍ଭ ହୋଇଥିଲା । ପଶ୍ଚିମ ମହାରାଷ୍ଟ୍ରରେ ଥିବା ଲକ୍ଷ୍ମଣରାଓ ଦୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଜ ଜୀବନ କଥା କହିଲା ବେଳେ ସଚିନ୍‌ କହିଥିଲେ ପ୍ରଥମ ଟ୍ରାଏଲରେ ମୁଁ ଭଲ ଖେଳିଥିଲେ ମଧ୍ୟ ମୋତେ ଗ୍ରହଣ କରାଯାଇ ନଥିଲା । ସେମାନେ କହିଥିଲେ ଆହୁରି ଖେଳରେ ମାର୍ଜିତ ହେବାକୁ ପଡ଼ିବ । ସେହି ଘଟଣା ମୋତେ ଅଧିକ ପରିଶ୍ରମ କରିବାକୁ ମନରେ ଦୃଢ଼ତା ଭରିଥିଲା । ତେଣୁ ଆପଣମାନେ ଯଦି ଜୀବନରେ ବଡ଼ କିଛି କରିବାକୁ ଚାହୁଁଛନ୍ତି ତାହେଲେ ଚଟାପଟ୍‌ କିଛି ପାଇବାର ଆଶାରେ ରୁହନ୍ତୁ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*