ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫି୍ରକା ପାଇଁ ଟାର୍ଗେଟ ୩୯୫ ରେକର୍ଡ଼ ବହିରେ ରୋହିତ: ବିଜୟ ଆଶାରେ ଭାରତ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ବିଶାଖାପାଟଣା

ଏଠାରେ ଅନୁଷ୍ଠିତ ହେଉଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବଡ଼ ରୋଚକ ସ୍ଥିତିରେ ପହଞ୍ଚô ଯାଇଛି । ରବିବାର ମ୍ୟାଚ୍‌ର ଶେଷ ତଥା ଅନ୍ତିମ ଦିବସ ଦୁଇ ଦଳ ପାଇଁ ବିଜୟର ସମ୍ଭାବନା ସାଇତି ରଖିଛି । ଦକ୍ଷିଣ ଆଫି୍ରକା ଯଦି ପ୍ରଥମ ଇନିଂସ ଭଳି ଆଗ୍ରେସିଭ୍‌ ବ୍ୟାଟିଂ କରେ, ତାହାଲେ ସେମାନଙ୍କ ପାଇଁ ବିଜୟପଥ ଖୋଲିପାରେ । କାରଣ ଭାରତ ସେମାନଙ୍କ ଆଗରେ ୩୯୫ ରନ୍‌ର ରଖିଛି ଟାର୍ଗେଟ୍‌ । ଚତୁର୍ଥ ଦିନ ଖେଳ ସରିଲା ବେଳକୁ ଦକ୍ଷିଣ ଆଫି୍ରକା ଦ୍ୱିତୀୟ ଇନିଂସ୍‌ରେ ୧୧ ରନ୍‌ କରି ଗୋଟିଏ ୱିକେଟ୍‌ ହରାଇ ସାରିଛି । ଅର୍ଥାତ୍‌ ଶେଷ ଦିନ ସେମାନଙ୍କ ପାଇଁ ବିଜୟ ସକାଶେ ଲୋଡ଼ା ୩୮୪ ରନ୍‌ । ଅପରପକ୍ଷରେ ଶନିବାର ଚତୁର୍ଥ ଦିନର ଖେଳ ସରିବା ସମୟ ବେଳେ ଗୋଟିଏ ୱିକେଟ୍‌ ଜାଡେଜା ବାହାର କରିଦେଇ ଭାରତ ପାଇଁ ଚମକ୍ରାର ଆରମ୍ଭ ପ୍ରଦାନ କରିଛନ୍ତି । ଏହି ସିରିଜ୍‌ରେ ୧-୦ରେ ଆଗେଇ ଯିବା ସକାଶେ ଭାରତ ପାଇଁ ଶେଷ ଦିନ ଦରକାର ପଡ଼ୁଛି ୯ଟି ୱିକେଟ୍‌ । ନିଜ ଦ୍ୱିତୀୟ ଇନିଂସ୍‌ରେ ଭାରତୀୟ ଦଳ ୪ ୱିକେଟ୍‌ ହରାଇ ୩୨୩ ରନ୍‌ କରିବା ପରେ ନିଜ ପାଳି ଘୋଷଣା କରିଥିଲା । ଫଳରେ ପ୍ରଥମ ଇନିିଂସ ଅଗ୍ରଣୀକୁ ମିଶାଇ ଦକ୍ଷିଣ ଆଫି୍ରକା ଆଗରେ ବିଜୟ ଟାର୍ଗେଟ୍‌ ବନିଥିଲା ୩୯୫ ରନ୍‌ । ଜାଡେଜା ଦ୍ୱିତୀୟ ଇନିଂସ୍‌ରେ ଦକ୍ଷିଣ ଆଫି୍ରକାର ଏଲ୍‌ଗାରଙ୍କୁ ୨ ରନ୍‌ରେ ଏଲ୍‌ବି କରିଦେଇଛନ୍ତି ।
ଶନିବାରର ଖେଳ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଅକ୍ତିଆରରେ ଥିଲା । ସେମାନେ ମନଇଛା ରନ୍‌ ସଂଗ୍ରହ କରିଥିଲେ । ବିଶେଷକରି ରୋହିତ ଶର୍ମା ଶନିବାରରେ ନିଜ ପ୍ରଦର୍ଶନ ମାଧ୍ୟମରେ ରେକର୍ଡ଼ ବହିରେ ସାମିଲ ହୋଇଛନ୍ତି । ଦ୍ୱିତୀୟ ଇନିଂସ୍‌ରେ ରୋହିତ ଐତିହାସିକ ଶତକ ହାସଲ କରିଥିଲା ବେଳେ ପୂଜାରା ୮୧, ଜାଡେଜା ୪୦ ଏବଂ ବିରାଟ ୩୧ ତଥା ରାହାଣେ ୨୭ ରନ୍‌ର ଯୋଗଦାନ ଦେଇଥିଲେ । ରୋହିତ ଶର୍ମା ଶନିବାର ଦିନ ଟେଷ୍ଟ ଓପ୍‌ନର ଭାବେ ନିଜ ପ୍ରଥମ ମ୍ୟାଚ୍‌ରେ ଉଭୟ ଇନିଂସ୍‌ରେ ଶତକ ଅର୍ଜନ କରିବାର ପ୍ରଥମ ଖେଳାଳି ବନି ରେକର୍ଡ଼ ବହିରେ ସାମିଲ ହୋଇଛନ୍ତି । ପ୍ରଥମ ଇନିଂସ୍‌ରେ ୧୭୬ ରନ୍‌ କରିଥିବା ମୁମ୍ବାଇର ଏହି ତାରକା ଶନିବାର ୧୪୯ ବଲ୍‌ରୁ ୧୨୭ ରନ୍‌ କରିଥିଲେ । ଷଷ୍ଠ ଭାରତୀୟ ଭାବରେ ରୋହିତ ଗୋଟିଏ ଟେଷ୍ଟର ଉଭୟ ଇନିଂସ୍‌ରେ ମାରିଛନ୍ତି ଶତକ । ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର ୩ଥର, ଦ୍ରାବିଡ ଦୁଇଥର ଏବଂ ବିଜୟ ହଜାରେ, ବିରାଟ କୋହଲି ତଥା ରାହାଣେ ଥରେ ଲେଖାଏଁ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ।
ସିଦ୍ଧୁଙ୍କ ରେକର୍ଡ଼ ବି ଗଲା
ଭାରତୀୟ ଓପନର୍‌ ରୋହିତ ଶନିବାର ପୂର୍ବତନ ଓପ୍‌ନର ନବ୍‌ଜ୍ୟୋତ ସିଂହ ସିଦ୍ଧୁଙ୍କ ଏକ ଛକାମରା ରେକର୍ଡ଼ ଭାଙ୍ଗି ଦେଇଛନ୍ତି । ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଅଧିକ ଛକା ମାରିବାର ରେକର୍ଡ଼ ସିଦ୍ଧୁଙ୍କ ନାଁରେ ଥିଲା । ସିଦ୍ଧୁ ୨୫ବର୍ଷ ତଳେ ଶ୍ରୀଲଙ୍କା ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍‌ରେ ୮ଟି ଛକା ମାରିଥିଲେ । ଏଥିସହ ରୋହିତ ୧୩ଟି ଛକା ମାରି ଆକ୍ରାମ୍‌ଙ୍କ ୧୨ଟି ଛକାର ରେକର୍ଡ଼କୁ ମଧ୍ୟ ଭାଙ୍ଗିଛନ୍ତି । ପ୍ରଥମ ଇନିଂସ୍‌ରେ ରୋହିତ ୬ଟି ଏବଂ ଦ୍ୱିତୀୟ ଇନିଂସ୍‌ରେ ୭ଟି ଛକା ଲଗାଇ ଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*