ପ୍ରଥମ ଟି-୨୦ ବିରାଟଙ୍କ ଚମକରେ ଭାରତର ବିଜୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହାଇଦ୍ରାବାଦ

ଯେତେବେଳେ ବିରାଟ କୋହଲି ଲୟକୁ ଆସି ନିଜ ବ୍ୟାଟ୍‌ର ଚମକ ଦେଖାନ୍ତି ସେତେବେଳେ ଯେକୌଣସି ଟାର୍ଗେଟ ବଡ଼ ଛୋଟ ମନେହୁଏ । ଶୁକ୍ରବାର ରାତିରେ ବିରାଟଙ୍କ ଆକର୍ଷଣୀୟ ଅପରାଜିତ ୯୪ ରନ୍‌ର ଇନିଂସ ଭାରତକୁ ୨୦୮ ରନ୍‌ର ଟାର୍ଗେଟ୍‌ ପାର୍‌ ହେବାରେ କିଛି ଅସୁବିଧା ହୋଇନାହିଁ । ବିରାଟ ୫୦ ବଲ୍‌ରୁ ୬ଟି ଲେଖାଏଁ ଛକା ଓ ଚୌକା ମାରି ୯୪ ରନ୍‌ କରିବା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ ଶେଷ ଯାଏଁ ରହି । ଭାରତ ୧୮.୪ ଓଭରରେ ୨୦୯ ରନ୍‌ ୪ ୱିକେଟ୍‌ରେ ହାସଲ କରି ମ୍ୟାଚ୍‌ ଜିତିଛି । ରାହୁଲ ୬୨ ଏବଂ ପନ୍ତ ୧୮ ରନ୍‌ର ଯୋଗଦାନ ଦେଇଥିଲେ ।
ସନ୍ଧ୍ୟାରେ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ୱେଷ୍ଟଇନ୍ଦିଜ ଦଳ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳି ଭାରତ ସକାଶେ ବଡ଼ ଚ୍ୟାଲେଞ୍ଜଭରା ଟାର୍ଗେଟ ୨୦୮ ରନ୍‌ ରଖିଥିଲେ । ନିଜ ନିର୍ଦ୍ଧାରିତ ୨୦ ଓଭରରେ ଇନ୍ଦିଜ ୫ ୱିକେଟ୍‌ ହରାଇ ୨୦୭ ରନ୍‌ କରିଥିଲା । ଭାରତୀୟ ବୋଲିଂ ଓ ଫିଲ୍‌ଡିଂ କମ୍‌ଜୋର ଥିବାରୁ ଶୁକ୍ରବାର ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନମାନେ ବେଶ୍‌ ଧୁଲେଇ କରିଥିଲେ । ହେତ୍‌ମେୟାର ୪୧ ବଲ୍‌ରୁ ୪ ଛକା, ୨ ଚୌକା ସହ ସର୍ବାଧିକ ୫୬ ରନ୍‌ କରିଥିଲେ । ଲୁଇସ୍‌ ୧୭ ବଲ୍‌ରୁ ୪୦, ଅଧିନାୟକ ପୋଲାଡ୍‌ ୧୯ ବଲ୍‌ରୁ ୩୭, କିଙ୍ଗ ୨୩ ବଲ୍‌ରୁ ୩୧ ଏବଂ ହୋଲ୍‌ଡର କେବଳ ୯ ବଲ୍‌ରୁ ୨୪ ରନ୍‌ କରିଥିଲେ । ଭାରତ ପକ୍ଷରୁ ଚହଲ ୩୬ ରନ୍‌ ଦେଇ ପାଇଥିଲେ ୨ ୱିକେଟ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*