ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ଼ ମହତ୍ୱପୂର୍ଣ୍ଣ : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦେ୍ର୍ଦଶକୁ ପାଳନ କରିବା ପାଇଁ ଅନୁରୋଧ କରିବା ସହ ଭାରତ କରୋନା ଲଢ଼େଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ଼ ମହତ୍ୱପୂର୍ଣ୍ଣ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାତି ୧୨ଟାରୁ ସାରା ଦେଶରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ର ଆହ୍ୱାନ କରିଛନ୍ତି । ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଏହି ଲକ୍‌ଡାଉନ୍‌ ଭାରତର ଲୋକଙ୍କ ଜୀବନ ବଞ୍ଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ ।
ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସଙ୍କଟର ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ପାଳନ କରନ୍ତୁ ଏବଂ ଆସନ୍ତା ୨୧ଦିନ ନିଜର ଘରେ ହିଁ ରୁହନ୍ତୁ । ମୋର ପୂରା ବିଶ୍ୱାସ ରହିଛି ଯେ ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହିନ୍ଦୁସ୍ତାନକୁ ପ୍ରାଥମିକତା ଦେଇ, ଆମେ ସବୁ ଭାରତୀୟ ବିପଦର ଏହି ଘଡ଼ିରେ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିଦେ୍ର୍ଦଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*